www.samajalive.in
Saturday, December 6, 2025
14.1 C
Bhubaneswar

ମହିଳା ଟି-୨୦ ବିଶ୍ବକପ : ବାଲାଂ ବିପକ୍ଷରେ ଟସ୍ ହାରି ବ୍ୟାଟିଂ କରୁଛି ଭାରତ

ପର୍ଥ : ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଆଇସିସି ମହିଳା ଟି-୨୦ ବିଶ୍ବକପରେ ସୋମବାର ଭାରତ ଦ୍ବିତୀୟ ମ୍ୟାଚରେ ପଡୋଶୀ ବାଲାଂଦେଶ ବିପକ୍ଷରେ ମ୍ୟାଚ ଖେଳୁଛି।ଏହି ମ୍ୟାଚରେ ବାଲାଂଦେଶ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ବିଶ୍ବକପର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ବିପକ୍ଷରେ ଜବରଦସ୍ତ ବିଜୟ ପରେ ଆତ୍ମବିଶ୍ୱାସରେ ଭରପୂର ଥିବା ଭାରତୀୟ ଦଳ ଆଜିର ମ୍ୟାଚ ବିଜୟ ସହ ଚଳିତ ବିଶ୍ବକପରେ ତାର ବିଜୟଧାରା ବଜାୟ ରଖିବାକୁ ଚେଷ୍ଟା କରିବ। ଲେଗ୍ ସ୍ପିନର ପୁନମ ଯାଦବଙ୍କ ଦମରେ ଭାରତ ଶୁକ୍ରବାର ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅଷ୍ଟ୍ରେଲିଆକୁ ୧୭ ରନରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଥିଲା।

ଅଷ୍ଟ୍ରେଲିଆ ଭଳି ମଜଭୁତ୍ ଟିମକୁ ହରାଇବା ସତ୍ତ୍ୱେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତ ବାଂଲାଦେଶକୁ ଆଦୌ ହାଲୁକା ଭାବେ ନେବ ନାହିଁ। କାରଣ ୨୦୧୮ରେ ଟି-୨୦ ଏସିଆ କପରେ ଭାରତ ଦୁଇଥର ବାଂଲାଦେଶ ନିକଟରୁ ପରାସ୍ତ ହୋଇଥିଲା ଏବଂ ଏହି ପରାଜୟ ଏବେବି କୌରଙ୍କୁ ବ୍ୟଥିତ କରୁଛି। ଜେମିମା ରୋଡ୍ରିଗ୍ସ ଏବଂ ପ୍ରଥମ ମ୍ୟାଚରେ ମାତ୍ର ୧୫ ବଲରେ ଦ୍ରୁତ ୨୯ ରନ୍ କରିଥିବା ୧୬ ବର୍ଷୀୟା ଓପ୍ନର ଶେଫାଳି ବର୍ମା ଏସିଆ କପ୍ ଟିମର ସଦସ୍ୟ ନଥିଲେ। କିନ୍ତୁ ବାଂଲାଦେଶକୁ ହରାଇବାକୁ ହେଲେ ଏହି ଦୁହିଁଙ୍କୁ ପ୍ରମୁଖ ଭୂମିକା ବହନ କରିବାକୁ ପଡ଼ିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories