www.samajalive.in
Saturday, December 6, 2025
14.1 C
Bhubaneswar

ଓଡ଼ିଶା ପୁଲିସ ପାଇପବ୍ୟାଣ୍ଡ ଦଳକୁ ସଫଳତା

କଟକ : ରେଳ ସୁରକ୍ଷା ବଳ ଆନୁକୂଲ୍ୟରେ ତେଲେଙ୍ଗାନାର ସିକନ୍ଦ୍ରବାଦ ସ୍ଥିତ ରେଳ ସୁରକ୍ଷା ବଳ ସ୍ପୋର୍ଟସ କମ୍ଲେକ୍ସ ଠାରେ ଗତ ୧୯.୦୨.୨୦୨୦ ଠାରୁ ତା-୨୩.୦୨.୨୦୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ୨୦ ତମ ସର୍ବଭାରତୀୟ ପୁଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଓଡିଶା ପୁଲିସର ପାଇପ୍ ବ୍ୟାଣ୍ଡ ଦଳ ତୃତୀୟ ସ୍ଥାନ ହାସଲ କରି ଓଡିଶା ପୁଲିସ ପାଇଁ ଗୌରବ ଆଣିଛନ୍ତି। ଓଡ଼ିଶା ପୁଲିସ ଇତିହାସରେ ପ୍ରଥମ ଥର ଓଡ଼ିଶା ପୁଲିସ ବ୍ୟାଣ୍ଡ ଦଳ ସର୍ବଭାତୀୟ ପୁଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ଏହି ସଫଳତା ଅର୍ଜନ କରିଛନ୍ତି।

ସୂଚନା ଅନୁଯାୟୀ, ଓ.ଏସ୍.ଏ.ପି ଷଷ୍ଠ ବାଟାଲିୟନ ଅନ୍ତର୍ଗତ ‘ଓସାଫ’ର ସହକାରୀ ଦୁର୍ଗପତି ସୁଶାନ୍ତ କୁମାର ସାଠୁଆଙ୍କ ନେତୃତ୍ବରେ ସିକିନ୍ଦ୍ରାବାଦ ଗସ୍ତ କରିଥିବା ଏହି ଦଳର ୨୪ଜଣ ପାଇପର, ୩୮ ଜଣ ବ୍ରାସ ବ୍ୟାଣ୍ଡ ପ୍ରତିଯୋଗୀ ଓ ୮ ଜଣ ବିଗୁଲର ଅଂଶ ଗ୍ରହଣ କରିଥିଲେ। ଅବସରପ୍ରାପ୍ତ ଓ୍ବିଙ୍ଗ୍ କମାଣ୍ଡର ପ୍ରମୋଦ କୁମାର ଜେନା ଏହି ଦଳର ପ୍ରଶିକ୍ଷକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଓଡିଶା ପୁଲିସ ପାଇପ ବ୍ୟାଣ୍ଡ ଦଳ ଗତବର୍ଷ ଜାମ୍ମୁ ଠରେ ଅନୁଷ୍ଠିତ ଏହି ସର୍ବଭାରତୀୟ ପୁଲିସ ବ୍ୟାଣ୍ଡ ପ୍ରତିଯୋଗିତାରେ ୪ର୍ଥ ସ୍ଥାନ ହାସଲ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories