www.samajalive.in
Friday, December 5, 2025
27.1 C
Bhubaneswar

ଜାଣନ୍ତୁ, ଏକ ଛୋଟ ସହରର ମଡେଲ କିପରି ହେଲେ ଆମେରିକାର ପ୍ରଥମ ମହିଳା

ସମାଜ ପୋର୍ଟାଲ ଡେସ୍କ(ବୈଜୟନ୍ତି ନାୟକ): ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିୟା ସୋମବାର ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ସେମାନଙ୍କ ଏହି ଗସ୍ତ ଉପରେ ସାରା ବିଶ୍ବର ନଜର ରହିଛି। ଏକଥା ବହୁତ୍ ଲୋକ ଜାଣିଛନ୍ତି ଯେ, ଆମେରିକାର ପ୍ରଥମ ମହିଳା ମେଲାନିୟା ପେଷାରେ ଜଣେ ମେଡଲ ଥିଲେ। ମଡେଲରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ପ୍ରଥମ ମହିଳା ହେବା ପଛରେ କିପରି ରହିଥିଲା ମେଲାନିୟାଙ୍କ ସଂଘର୍ଷ ଆସନ୍ତୁ ଜାଣିବା….

ମେଲାନିୟା ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପଙ୍କ ତୃତୀୟ ପତ୍ନୀ। ୧୯୭୦ରେ ସ୍ଲେବେନିୟାରେ ତାଙ୍କର ଜନ୍ମ ହୋଇଥିଲା। ସେ ୧୬ ବର୍ଷ ବୟସରେ ମେଡଲିଂ ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

- Advertisement -

୧୯୯୮ରେ ନ୍ୟୁୟର୍କର ଏକ ଫ୍ୟାଶନ ୱିକ ପାର୍ଟିରେ ଟ୍ରମ୍ପଙ୍କ ସହ ତାଙ୍କର ଭେଟ ହୋଇଥିଲା। ସେତେବେଳେ ଟ୍ରମ୍ପ ରାଜନୀତି​‌ରେ ନ ଥିଲେ। ରିୟଲ-ଇଷ୍ଟେଟ୍ ର ମୋଗଲ ଭାବେ ଟ୍ରମ୍ପ ଜଣାଶୁଣା ଥିଲେ। ସେତେବେଳେ ଟ୍ରମ୍ପ ଦୁଇ ଥର ବିବାହ କରିସାରିଥିଲେ ଏବଂ ଦ୍ବିତୀୟ ପତ୍ନୀଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଥିଲେ। ସେତେବେଳେ ଟ୍ରମ୍ପଙ୍କୁ ୫୨ ବର୍ଷ ବୟସ ହୋଇଥିବା ବେଳେ ମେଲାନିୟା ଥିଲେ ୨୮ ବର୍ଷିୟା ଯୁବତୀ।

ସେହି ଭେଟ ପରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା। କିଛି ବର୍ଷ ପରସ୍ପରକୁ ଡେଟ୍ କରିବା ପରେ ୨୦୦୪ରେ ଉଭୟଙ୍କର ନିର୍ବନ୍ଧ ହୋଇଥିଲା। ନିର୍ବନ୍ଧ ସମୟରେ ଟ୍ରମ୍ପ କହିଥିଲେ ଯେ, ତାଙ୍କ ସଫଳତା ପଛରେ ମେଲାନିୟାଙ୍କ ହାତ ରହିଛି। ରିପୋର୍ଟ ଅନୁଯାୟୀ, ୧.୫ ମିଲିୟନ ଡଲାରର ଏକ ହୀରା ମୁଦି ପିନ୍ଧାଇ ଟ୍ରମ୍ପ ମେଲାନିୟାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାକୁ ନେଇ ସେସମୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା।

ଏହାର ଏକ ବର୍ଷ ପରେ ୨୦୦୫ରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୦୬ରେ ମେଲାନିୟାଙ୍କୁ ଆମେରିକାର ନାଗରିକତା ମିଳିଥିଲା ଏବଂ ସେ ଏକ ଶିଶୁପତ୍ର ଜନ୍ମ ଦେଇଥିଲେ। ୨୦୧୬ରେ ଟ୍ରମ୍ପ ଆମେରିକାର ୪୫ତମ ରାଷ୍ଟ୍ରପତି ହୋଇଥିଲେ। ଏହା ସହ ମେଲାନିୟାଙ୍କୁ ଆମେରିକାର ପ୍ରଥମ ମହିଳା ଭାବେ ପରିଚୟ ମିଳିଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories