www.samajalive.in
Monday, December 15, 2025
16.1 C
Bhubaneswar

‘ନିର୍ଭୟା’ ଅପରାଧୀଙ୍କୁ ତିହାର କର୍ତ୍ତୃପକ୍ଷଙ୍କ ଚିଠି : ପରିବାର ସହ ଶେଷ ଦେଖା କର

ନୂଆଦିଲ୍ଲୀ : ‘ନିର୍ଭୟା’ ମାମଲାର ଅପରାଧୀଙ୍କୁ ଫାଶୀ ପୂର୍ବରୁ ପରିବାର ସହିତ ଶେଷ ସାକ୍ଷାତ ପାଇଁ ଚିଠି ଲେଖିଛନ୍ତି ତିହାର କାରାଗାର କର୍ତ୍ତୃପକ୍ଷ। ଅକ୍ଷୟ ଠାକୁର ଓ ବିନୟ ଶର୍ମା ସେମାନଙ୍କ ପରିବାର ଓ ଆତ୍ମୀୟଙ୍କୁ ଦେଖା କରିବାକୁ ଚାହୁଁଥିବାବେଳେ ସେମାନଙ୍କୁ ଏହି ସୁଯୋଗ ମିଳିବ। ଅନ୍ୟ ଦୁଇ ଜଣ ମୁକେଶ ସିଂହ ଓ ପବନ ଗୁପ୍ତା ଫେବୃଆରୀ ୧ ପୂର୍ବରୁ ସେମାନଙ୍କ ପରିବାରକୁ ଭେଟିଥିବାରୁ ଆଉ ଆବଶ୍ୟକତା ନ ଥିବା କାରାଗାର କର୍ତ୍ତୃପକ୍ଷଙ୍କ ଚିଠିରେ ଉଲ୍ଲେଖ ରହିଛି। ଏତଦ୍‌ବ୍ୟତୀତ ମାର୍ଚ୍ଚ ୩ର ଦୁଇ ଦିନ ପୂର୍ବରୁ ଘାତକ ପବନ ଜହ୍ଲାଦଙ୍କୁ ତିହାର ପଠାଇବା ପାଇଁ କାରାଗାର କର୍ତ୍ତୃପକ୍ଷ ଉତ୍ତରପ୍ରଦେଶ କାରାଗାର ବିଭାଗ ପ୍ରଶାସନକୁ ଅନ୍ୟ ଏକ ଚିଠି ଲେଖିଛନ୍ତି। ପୁନଶ୍ଚ କାରାଗାରରେ ବିନୟର ବ୍ୟବହାରରେ ପରିବର୍ତ୍ତନ ଘଟିଥିବାରୁ ତା’ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ ୧୬ତାରିଖରେ ସେ କାନ୍ଥରେ ନିଜ ମୁଣ୍ଡ ପିଟି ଦେଇଥିଲା। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୩ ସକାଳ ୬ଟାରେ ୪ ଅପରାଧୀଙ୍କୁ ଫାଶୀ ଦିଆଯିବା ନେଇ ଗତ ୧୭ ତାରିଖରେ ସାନି ମୃତ୍ୟୁ ପରୱାନା ଜାରି କରାଯାଇଛି। ପୂର୍ବରୁ ଦୁଇଥର ସେମାନଙ୍କ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ ଘୁଞ୍ଚିଥିବାରୁ ନିର୍ଭୟାଙ୍କ ମାଆ ଏଥର ନିଶ୍ଚୟ ଫାଶୀ ଦିଆଯିବା ନେଇ ଆଶା ବ୍ୟକ୍ତ କରିଛନ୍ତି।
ଅପରପକ୍ଷରେ ମାନସିକ ଭାରସାମ୍ୟ ହରାଇଥିବା ନେଇ ଅପରାଧୀ ବିନୟ ଶର୍ମା ପଟିଆଲା ହାଉସ୍‌ ଅଦାଲତକୁ ଯେଉଁ ଆବେଦନ କରିଥିଲା ତାହା ଖାରଜ ହୋଇଯାଇଛି। ନିଜ ମୁଣ୍ଡରେ ଆଘାତ ଲାଗିଥିବା, ମାନସିକ ସ୍ଥିତି ଠିକ୍‌ ନ ଥିବା, ସେ ସିଜୋଫ୍ରେନିଆରେ ଆକ୍ରାନ୍ତ ଥିବା ଓ ଡାହାଣ ହାତ ହାଡ଼ ଭାଙ୍ଗିଯାଇଥିବାରୁ ଚିକିତ୍ସା ପାଇଁ ଅଦାଲତକୁ ଦୁଇ ଦିନ ପୂର୍ବେ ଅବଗତ କରିଥିଲା। ତିହାର କାରାଗାର କର୍ତ୍ତୃପକ୍ଷ ପ୍ରତ୍ୟହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିବା ଦର୍ଶାଇ ତଥ୍ୟ ପ୍ରମାଣ ସହିତ ଏହାକୁ ଖଣ୍ଡନ କରିବା ପରିପ୍ରେକ୍ଷୀରେ ଶନିବାର ଏହି ଆବେଦନକୁ ବିଚାରପତି ଧର୍ମେନ୍ଦ୍ର ରାଣା ଖାରଜ କରି ଦେଇଛନ୍ତି।
ଅଦ୍ୟାବଧି ଫାଶୀରୁ ବର୍ତ୍ତିବା ପାଇଁ କୌଣସି ପ୍ରତିଷେଧାତ୍ମକ ପଦକ୍ଷେପ ନେଇ ନ ଥିବା ଅନ୍ୟତମ ଅପରାଧୀ ପବନ ଗୁପ୍ତା କାରାଗାରରେ ତାର ନୂଆ ଓକିଲ ରବି କାଜିଙ୍କୁ ଭେଟିବାକୁ ମନା କରିଦେଇଛି। ଗତ ସପ୍ତାହରେ ଏ.ପି ସିଂହଙ୍କ ସ୍ଥାନରେ ରବିଙ୍କୁ ନୂଆ ଓକିଲ ଭାବେ ନିଯୁକ୍ତି ଦିଆଯାଇଥିଲା। ରବି ସପ୍ତାହେ ଧରି ପବନଙ୍କୁ ଭେଟିପାରି ନାହାନ୍ତି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories