www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ଅପଡେଟ୍ : ମୃତ୍ୟୁ ସଂଖ୍ୟା ୨୩୪୫, ସଂକ୍ରମଣ ୭୭ହଜାର ଟପିଲା

-୭ଜାହାଜରେ ରହିବେ ସ୍ବାସ୍ଥ୍ୟକର୍ମୀ, -ଅନୁମତିରେ ବିଳମ୍ବ ପାଇଁ ଭାରତ କ୍ଷୁବ୍ଧ

ବେଜିଂ/ରୋମ୍‌ : କରୋନା ଭୂତାଣୁ ଏବେ ଇଟାଲୀକୁ ଡେଇଁଛି। ଇଟାଲୀର ଉତ୍ତରାଞ୍ଚଳ ସହର ପଡୁଆଠାରେ ସଂକ୍ରମିତ ଜଣେ ୭୮ବର୍ଷ ବୟସ୍କ ବ୍ୟକ୍ତିଙ୍କର ଶନିବାର ମୃତ୍ୟୁ ହୋଇଛି। ଏହି ଘଟଣାକୁ ମିଶାଇ ୟୁରୋପରେ ମୋଟ ୧୭ଜଣ ସଂକ୍ରମିତ ହୋଇଥିବାବେଳେ କେବଳ ଇଟାଲୀରେ ୧୪ଜଣ ଚିକିତ୍ସାଧୀନ ଥିବା ଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଇଟାଲୀରେ ଅଦ୍ୟାବଧି ଦୁଇ ଜଣଙ୍କ ମୃତ୍ୟୁ ହେଲାଣି। ସେହିଭଳି ଇରାନ୍‌ରେ ଶନିବାର ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଦେଶରେ ଏହି ସଂଖ୍ୟା ୨୮ରେ ପହଞ୍ଚିଛି। ସେହଭଳି ଦକ୍ଷିଣ କୋରିଆରେ ଏହି ଭୂତାଣୁ ଆତଙ୍କ ସୃଷ୍ଟି କରିଛି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଗତ ୨୪ଘଣ୍ଟାରେ ଦ୍ବିଗୁଣିତ ହୋଇଛି। ଶନିବାର ଏହି ସଂଖ୍ୟା ୪୩୩ରେ ପହଞ୍ଚିଛି। ଶୁକ୍ରବାର ଏହି ସଂଖ୍ୟା ୨୦୪ ଥିଲା। ଜାପାନରେ ଆଉ ୪ ଜଣ ସଂକ୍ରମିତ ହୋଇଛନ୍ତି। ଅପରପକ୍ଷରେ ଚୀନ୍‌ରେ ଗତ ୨୪ଘଣ୍ଟା ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୯୭ ବୃଦ୍ଧି ପାଇ ମୋଟ ୭୭ହଜାରରେ ପହଞ୍ଚିଛି। ସେହିଭଳି ୧୦୯ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁ ସଂଖ୍ୟା ୨୩୪୫ ଛୁଇଁଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଶନିବାର ପୁନର୍ବାର ସତର୍କ ସୂଚନା ଜାରି କରିଛି। ହୁବେଇ ପ୍ରଦେଶରେ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାର ୭ଟି ସ୍ବତନ୍ତ୍ର ଜାହାଜ ବ୍ୟବସ୍ଥା କରିଛନ୍ତି। ‘ବ୍ଲୁ ହୁଏଲ’ ନାମକ ଏଭଳି ଏକ ଜାହାଜ ଶନିବାର ଉହାନ ନିକଟ ନଦୀରେ ଡେରା ପକାଇଛି। ଏହି ପଦକ୍ଷେପ ସଂକ୍ରମଣ ନ ବ୍ୟାପିବାରେ ସହାୟକ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ଓ ଏତଦ୍‌ଜନିତ ଆତଙ୍କ ପାଇଁ ରୁଷିଆ ଉପରେ ଦୋଷାରୋପ କରାଯାଇଛି। ରୁଷିଆ ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ବବ୍ୟାପୀ ଆତଙ୍କ ସୃଷ୍ଟି କରୁଛି ବୋଲି ଏକ ବିବୃତିରେ କୁହାଯାଇଛି। ଏଭଳି ପ୍ରଚାର ପଛରେ ଏକ ଷଡ଼ଯନ୍ତ୍ର ରହିଥିବା ବିବୃତିରେ କୁହାଯାଇଛି।
ଚୀନ୍‌ର ହୁବେଇରେ ପ୍ରାୟ ୧୦୦ ଭାରତୀୟ ଅଟକି ରହିଥିବାବେଳେ ସେମାନଙ୍କୁ ଭାରତ ପଠାଇବାରେ ଚୀନ୍‌ କର୍ତ୍ତୃପକ୍ଷ ଅଯଥା ବିଳମ୍ବ ଘଟାଉଛନ୍ତି ବୋଲି ଶନିବାର ପୁନର୍ବାର ଭାରତ ଅଭିଯୋଗ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ତଥା ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ବାରମ୍ବାର ଅନୁରୋଧ ସତ୍ତ୍ବେ ଚୀନ୍‌ କର୍ତ୍ତୃପକ୍ଷ ଅନୁମତି ଦେବାରେ ବିଳମ୍ବ ଯୋଗୁଁ ଭାରତୀୟମାନେ ସ୍ବଦେଶ ଫେରିପାରୁ ନାହାନ୍ତି। ଅନ୍ୟ ରାଷ୍ଟ୍ର ଭଳି ଚୀନ୍‌ ସହଯୋଗ କରୁ ନାହିଁ ବୋଲି ଏକ ବିବୃତିରେ କୁହାଯାଇଛି। ଅନୁମତି ପାଇଁ ଭାରତ ପକ୍ଷରୁ ୪ ଘଣ୍ଟା କଣ୍ଟ ଦିଆଯାଇଛି। ଭାରତ ସରକାର ଜରୁରୀ ନ ପଡ଼ିଲେ ସିଙ୍ଗାପୁର ବା ଆଖପାଖ ରାଷ୍ଟ୍ରକୁ ନ ଯିବା ପାଇଁ ଭାରତୀୟଙ୍କୁ ପରାମର୍ଶ ଦେଇଛନ୍ତି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories