www.samajalive.in
Sunday, December 14, 2025
17.1 C
Bhubaneswar

ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ; ଅଭିଯୁକ୍ତ ଅଟକ

ମୁରିବାହାଲ: ଜଣେ ଯୁବତୀଙ୍କୁ ୫ମାସ ଧରି ଦୁଷ୍କର୍ମ କରାଯିବା ଘଟଣାରେ ମୁରିବାହାଲ ପୁଲିସ ଅଭିଯୁକ୍ତକୁ ଅଟକ ରଖିଛି। ପୀଡ଼ିତା ଏବେ ୩ ମାସର ଅନ୍ତଃସ୍ବତ୍ୱା ଅଛନ୍ତି। ମୁରିବାହାଲ ଥାନା ଅଞ୍ଚଳର ଯୁବତୀ ଜଣକ ମେଣ୍ଢା ଚରାଇବା ପାଇଁ ବାହାରକୁ ଯାଇଥାନ୍ତି । ଏହାର ସୁଯୋଗ ନେଇ ତାଙ୍କ ଗ୍ରାମର ଜଣେ ଯୁବକ ଗତ ଅକ୍ଟୋବରରେ ତାଙ୍କୁ ଧମକ ଚମକ ଦେଇ ଦୁଷ୍କର୍ମ କରିଥିଲା। ଏ କଥା କାହାକୁ କହିଲେ ତୁମ ପରିବାର ଲୋକଙ୍କୁ ଜୀବନରୁ ମାରିଦେବି ବୋଲି ସେ ଧମକ ମଧ୍ୟ ଦେଇଥିଲା । ଭୟରେ ଯୁବତୀ ଜଣକ କାହାକୁ ନ କହିବାରୁ ସଂପୃକ୍ତ ଯୁବକ ତାଙ୍କୁ ଧମକ ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଏବେ ୩ମାସର  ଅନ୍ତଃସ୍ବତା ଥିବା ଜଣାପଡ଼ିବା ପରେ ଗତ ଗୁରୁବାର ମୁରିବାହାଲ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଧାରା ୩୭୬(୨), ୫୦୬ ଆଇପିସିରେ ମାମଲା(୩୫/୨୦) ହୋଇଛି। ପୀଡ଼ିତାଙ୍କୁ ଡାକ୍ତରୀମାଇନା ପାଇଁ ହସ୍ପିଟାଲକୁ ପଠାଯିବା ସହିତ ଅଭିଯୁକ୍ତକୁ ଅଟକ ରଖାଯାଇଥିବା ଆଇଆଇସି ତାରା ଯସ୍ମିନ ଗୁରିଆ ସୂଚନା ଦେଇଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories