www.samajalive.in
Saturday, December 6, 2025
17.1 C
Bhubaneswar

ଯୋଡାଲିଙ୍ଗ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ସୁଆଣ୍ଡୋ: ପୁରୀ ଜିଲାର ପ୍ରସିଦ୍ଧ ଶୈବପୀଠ ଯୋଡାଲିଙ୍ଗ ମହାଦେବଙ୍କ ମନ୍ଦିରକୁ ଶିବରାତ୍ରି ଅବସରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଠାକୁରଙ୍କ ଦୈନିକ ନୀତିକାନ୍ତି ସରିବା ପରେ ସକାଳ ୬ ଟାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ଦିଅଁଙ୍କୁ ଦର୍ଶନ କରି ଧୂପ ଦୀପ, ମନ୍ଦାର, ଟଗର, ଦୁର୍ଦୁରା ଆଦି ଫୁଲ, ବେଲପତ୍ର ନଡ଼ିଆ, ପଇଡ, ଫଳମୂଳ ନେଇ ଠାକୁରଙ୍କୁ ଭୋଗ ଲଗାଇଥିଲେ। ମାନସିକଧାରୀମାନେ ପୁରୀର ପ୍ରସିଦ୍ଧ ଚୁଡାଘଷା ପ୍ରସ୍ତୁତ କରି ଠାକୁରଙ୍କୁ ପୂଜା କରିଥିଲେ । ଶାସ୍ତ୍ରୀ ସ୍ମୃତି ମହାବିଦ୍ୟାଳୟ ଯୁବ ରେଡକ୍ରସ ପକ୍ଷରୁ ୫୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଶ୍ରଦ୍ଧାଳୁଙ୍କ ସେବା ନିମନ୍ତେ ପାଣି, ସ୍ଵାସ୍ଥ୍ୟ ଶିବିର, ସୂଚନା କେନ୍ଦ୍ର କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆରକ୍ଷୀ ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ରାତି ୧୦ଟାରେ ମହାଦୀପ ଉଠିବ ବୋଲି ଜଣାପଡିଛି । ମେଳା ପଡିଆରେ ଶତାଧିକ ଦୋକାନ ଖୋଲିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories