www.samajalive.in
Saturday, December 6, 2025
14.1 C
Bhubaneswar

ରାଜୀବ ଗାନ୍ଧୀ ହତ୍ୟା ମାମଲା : କେନ୍ଦ୍ର ସରକାରଙ୍କ ଅନୁମତି ବିନା ମୁକ୍ତ ହୋଇପାରିବେ ନାହିଁ ଦୋଷୀ

ଚେନ୍ନଇ : ରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ବ୍ୟକ୍ତିମାନେ କେନ୍ଦ୍ର ସରକାରଙ୍କ ଅନୁମତି ବିନା ମୁକ୍ତ ହୋଇପାରିବେ ନାହିଁ ବୋଲି ସରକାର ଶୁକ୍ରବାର ମାଡ୍ରାସ୍‍ ହାଇକୋର୍ଟରେ ତାଙ୍କର ଆଭିମୁଖ୍ୟକୁ ଦୋହରାଇଛନ୍ତି। ଜଣେ ଦୋଷୀ ନଳିନୀ ଦଣ୍ଡ ସମାପ୍ତ ହେବା ପୂର୍ବରୁ ଆଗୁଆ ଖଲାସ ହେବା ପାଇଁ କରିଥିବା ଆବେଦନର ଗୁରୁବାର ଶୁଣାଣି ହୋଇଥିଲା। ନଳିନୀକୁ ଆଗୁଆ ଖଲାସ କରିବା ପାଇଁ ରାଜ୍ୟ କ୍ୟାବିନେଟ୍‍ ପକ୍ଷରୁ ସୁପାରିଶ କରାଯାଇଥିଲା।

ଅତିରିକ୍ତ ସଲିସିଟର ଜେନେରାଲ୍‍ ଜି. ରାଜଗୋପାଳନ୍‍ କହିଛନ୍ତି, କେନ୍ଦ୍ର ସରକାରଙ୍କ ସମ୍ମତି ବିନା ରାଜ୍ୟ କ୍ୟାବିନେଟ୍‍ର ସୁପାରିଶର କୌଣସି ମୂଲ୍ୟ ନାହିଁ। ପୂର୍ବରୁ କିଛି ଦୋଷୀ ବ୍ୟକ୍ତି କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ସେ ଉଲ୍ଲେଖ କରିଥିଲେ। ସେହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ, ଯେହେତୁ ସିବିଆଇ ଦ୍ୱାରା ମାମଲାର ତଦନ୍ତ କରାଯାଇଥିଲା ସେ ଦୃଷ୍ଟିରୁ କେନ୍ଦ୍ର ସରକାରଙ୍କର ସମ୍ମତି ମିଳିବା ଅତ୍ୟନ୍ତ ଅପରିହାର୍ଯ୍ୟ। ରାଜ୍ୟ ସରକାରୀ ଓକିଲ ଏ. ନଟରାଜନ ମଧ୍ୟ ଅତିରିକ୍ତ ସଲିସିଟର ଜେନେରାଲ୍‍ଙ୍କ ସହ ଏକମତ ହୋଇଥିଲେ। ସେ କହିଥିଲେ,ଦୋଷୀ ବ୍ୟକ୍ତିମାନଙ୍କର କଛି ଅପରାଧ କେନ୍ଦ୍ରୀୟ ଆଇନ୍‍ ଅଧୀନରେ ଆସୁଥିବାରୁ ସେମାନଙ୍କର ଦଣ୍ଡର ଅବଧି ହ୍ରାସ କରିବା କିମ୍ବା ବୃଦ୍ଧି କରିବାରେ କେନ୍ଦ୍ର ସରକାରଙ୍କ ଅନୁମତିର ଆବଶ୍ୟକତା ରହିଛି। ଇତିମଧ୍ୟରେ ନଳିନୀଙ୍କ ଓକିଲ କହିଥିଲେ, ୨୦୧୮ ସେପ୍ଟେମ୍ବର ମାସରେ ରାଜ୍ୟ ମନ୍ତ୍ରିମଣ୍ଡଳ ଦ୍ୱାରା ଗୃହିତ ଏକ ପ୍ରସ୍ତାବ ଅନୁସାରେ ଦୋଷୀ ବ୍ୟକ୍ତିମାନଙ୍କୁ ଖଲାସ କରିବା ରାଜ୍ୟପାଳଙ୍କ ପାଇଁ ବାଧ୍ୟତାମୂଳକ ହେବ। ଏହା ଉପରେ ଅତିରିକ୍ତ ସଲିସିଟର ଜେନେରାଲ୍‍ କହିଥିଲେ, ରାଜ୍ୟ ମନ୍ତ୍ରିମଣ୍ଡଳର ସେହି ପ୍ରସ୍ତାବ କେବଳ ରାଜ୍ୟପାଳଙ୍କୁ ଏକ ସୁପାରିଶ ସଦୃଶ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories