www.samajalive.in
Friday, December 5, 2025
20.1 C
Bhubaneswar

ଟିଟିଲାଗଡ଼: ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଟିଟିଲାଗଡ଼: ଟିଟିଲାଗଡର ଐତିହାସିକ ପର୍ଯ୍ୟଟନ କ୍ଷେତ୍ର କୁମୁଡା ପାହାଡ ଗୁମ୍ଫାରେ ବିଦ୍ୟମାନ ବେଦଉପନିଷଦରେ ବର୍ଣ୍ଣିତ ଧବଳେଶ୍ୱର ବାବାଙ୍କ ମହା ଶିବରାତ୍ରୀ ମେଳା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୬ ପର୍ଯ୍ୟନ୍ତ ମେଳା ଅନୁଷ୍ଠିତ ହେବ। ଏ ନେଇ ଗୁରୁବାର ସନ୍ଧ୍ୟାରେ ବିଧିବିଧାନ ମୁତାବକ ଅଧିବାସ ପର୍ବ ସମ୍ପନ୍ନ ହୋଇଛି। ମନ୍ଦିର ପୂଜକ ଅଶୋକ ପାଢୀ, ପିଙ୍କୁ ପାଢୀ, ବିଟୁ ପାଢୀ, ଜିତୁ ପାଢୀ ତଥା ସ୍ଥାନୀୟ ଭକ୍ତ ଏଥିରେ ସହାୟତା କରିଥିଲେ। ଶୁକ୍ରବାର ସକାଲୁ ମେଳା ପ୍ରାଙ୍ଗଣ ମଣ୍ଡପରେ ୫୬ ପ୍ରହର ନାମଯଜ୍ଞ ଆରମ୍ଭ ହୋଇଛି। ଆଜି ଶିବ ଚତୁର୍ଦ୍ଦଶୀରେ ମନ୍ଦିରରେ ପ୍ରାତଃ ସମୟରୁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା। ଟାଣ ଖରା ସତ୍ୱେ ଲୋକଙ୍କ ଲମ୍ବା ଧାଡ଼ି ଲାଗି ରହିଥିଲା।

- Advertisement -

ଅପରପକ୍ଷରେ ପ୍ରତିବର୍ଷ ଭଳି ମେଳାକୁ ଜାକଜମକରେ ପାଳନ ଲାଗି ଶ୍ରୀ ଧବଳେଶ୍ୱର ବାବା ଦଧିବାମନ ଟ୍ରଷ୍ଟ ପକ୍ଷରୁ ପ୍ରସ୍ତୁତି ପର୍ବ ଜୋରଦାର ହୋଇଛି। ମ୍ୟାନେଜିଂ ଟ୍ରଷ୍ଟି ତଥା ଟିଟିଲାଗଡ ଉପଜିଲାପାଳ ସୁଧାକର ନାୟକ ଖୋଦ ମେଳା ପରିସରରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି। ଟ୍ରଷ୍ଟ ସଦସ୍ୟା ତଥା ରାଜ୍ୟ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ, ସଦସ୍ୟ ଭବାନୀ ପ୍ରସାଦ ହୋତା, ସଞ୍ଜିବ ପାଢୀ, ପ୍ରଭାସ ବହିଦାର, ପୂର୍ବ ପୌରାଧ୍ୟକ୍ଷ ଗୋବର୍ଦ୍ଧନ ନାଗ, ରଣଜିତ ପୃଷ୍ଟି, ଭୂପତି ବାରିକ, ଧୁବଲେଶ୍ୱର ଦଳବେହେରା ଦାୟିତ୍ୱରେ ରହିଛନ୍ତି। ପ୍ରତ୍ୟେକ ବର୍ଷ ଶିବରାତ୍ରି ମେଳାରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଚଳିତ ବର୍ଷ ମେଳାରେ ୬୬୨ଟି ଷ୍ଟଲ ସହ ବହୁ ସଂଖ୍ୟାରେ ଉଠା ଦୋକାନୀ, ଠେଲା, ଏସଏଚଜି ହାଟ, ମିନାବଜାର, ଦୋଳି ପଡ଼ିଛି। ମେଳା ପରିସରରେ ପାନୀୟ ଜଳ ବ୍ୟବସ୍ଥା, ପରିମଳ, ସ୍ୱଚ୍ଛତା, ଶୌଚାଳୟ, ଅଗ୍ନିଶମ, ସ୍ୱାସ୍ଥ୍ୟ, ବିଦ୍ୟୁତ ବ୍ୟବସ୍ଥା, ଷ୍ଟଲ, ମିନାବଜାର, ପାର୍କିଂ ଷ୍ଟାଣ୍ଡ, ଟ୍ରାଫିକ, ଆଇନଶୃଙ୍ଖଲା, ଭୋଗ, ପୂଜା, ଜାଗର, ମହାଦୀପ ଉଠିବା ଆଦି ନେଇ ବ୍ୟାପକ ବ୍ୟବସ୍ଥା ସୁଦୃଢ କରାଯାଇଛି। ଆଇନଶୃଙ୍ଖଳା ସ୍ଥିତି ଉପରେ ନଜର ରଖିବା ଲାଗି ମେଳା ପରିସରରେ ସିସିଟିଭି କ୍ୟମେରା ଖଞ୍ଜାଯାଇଛି। ଦୁଇ ପ୍ଲାଟୁନ ସଶସ୍ତ୍ର ପୁଲିସ ବଳ, ଗୃହରକ୍ଷୀ ବାହିନୀ, ତଥା ସ୍ଥାନୀୟ ପୁଲିସ ସହ ଟିଟିଲାଗଡ ଏସଡିପିଓ ସୁରେନ୍ଦ୍ର ନାରାୟଣ ଶତପଥି, ଆଇଆଇସି ପ୍ରଭାତ ରଞ୍ଜନ ମହାନ୍ତି ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଛନ୍ତି। ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ ବେହେରା ଏବଂ ପୌର ନିର୍ବାହୀ ଅଧିକାରୀ ନରେନ୍ଦ୍ର ପ୍ରଧାନ ମେଳା ପରିସରରେ ଶୁଦ୍ଧ ପାନୀୟ ଜଳ, ସ୍ୱାସ୍ଥ୍ୟ ସେବା, ପରମିଳ, ଶୌଚାଳୟ, ଫାୟାର ବ୍ରିଗେଡ, ସୂଚନା କେନ୍ଦ୍ର ଆଦି ସମସ୍ତ ବ୍ୟବସ୍ଥା ତଦାରଖ କରୁଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories