www.samajalive.in
Saturday, December 6, 2025
26.1 C
Bhubaneswar

ପୁଣି ପାକ୍ ସେନାର ଅସ୍ତ୍ରବିରତି ଉଲଙ୍ଘନ : ଧନଜୀବନ ହାନୀର ଖବର ନାହିଁ

ଶ୍ରୀନଗର ;  ଜାମ୍ମୁ କାଶ୍ମୀରର ପୁଞ୍ଚ୍‍ ଜିଲ୍ଲା ସ୍ଥିତ ସାହାପୁର ସେକ୍ଟରରେ ପାକିସ୍ତାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖାଠାରେ ଆଖିବୁଝା ଗୁଳିଚାଳନା କରି ପୁନର୍ବାର ଅସ୍ତ୍ରବିରତି ଲଙ୍ଘନ କରିଛନ୍ତି। ଜିଲ୍ଲା ଡେପୁଟି କମିଶନର ରାହୁଲ ଯାଦବ କହିଛନ୍ତି, ଶୁକ୍ରବାର ଅପରାହ୍ଣରେ ପାକିସ୍ତାନୀ ସୈନ୍ୟମାନେ ସାହାପୁର ସେକ୍ଟରରେ ଅବସ୍ଥିତ ଭାରତୀୟ ଆଗୁଆଘାଟି ଓ ଆବାସିକ ଅଞ୍ଚଳକୁ ଲକ୍ଷ୍ୟ କରି ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲେ। ଏହି ଗୁଳିଗୋଳା
ବର୍ଷଣରେ ଭାରତ ପଟରୁ ଧନଜୀବନ ହାନୀର କୌଣସି ଖବର ମିଳିନାହିଁ।

ସେ କହିଛନ୍ତି, କିଛି ମୋର୍ଟାର୍‍ ବଲୱତ୍‍ ଗ୍ରାମର ଏକ ମାଧ୍ୟମିକ ସ୍କୁଲ୍‍ ପଡ଼ିଆ ମଧ୍ୟରେ ପଡ଼ିଥିଲା କିନ୍ତୁ ଆଜି ସ୍କୁଲ୍‍ ଛୁଟି ଥିବାରୁ ଏଥିଯୋଗୁଁ କୌଣସି ପିଲାଙ୍କର କିଛି କ୍ଷତି ଘଟିନାହିଁ। ଶୋକତ ଅଲ୍ଲି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି, ଆଜି ଅପରାହ୍ଣରେ ପାକିସ୍ତାନୀ ସୈନ୍ୟମାନେ ହଠାତ୍‍ ପ୍ରବଳ ଗୁଳିଗୋଳା ବର୍ଷଣ କରିଦେଇଥିଲେ। ଏହାପରେ ଗ୍ରାମବାସୀମାନଙ୍କ ମଧ୍ୟରେ ଭୟର ଆତଙ୍କ ଖେଳିଯାଇଥିଲା। ସେ କହିଛନ୍ତି, ମାଧ୍ୟମିକ ସ୍କୁଲ ମଧ୍ୟରେ ମୋର୍ଟାର୍‍ ପଡ଼ିବାର ଖବର ପ୍ରଚାରିତ ହେବା ପରେ ଲୋକମାନେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଭାରତୀୟ ଯବାନମାନେ ପାକିସ୍ତାନୀ ଆକ୍ରମଣର ଠିକଣା ଯବାବ ଦେଇଛନ୍ତି। ଦୀର୍ଘ ସମୟ ଧରି ଗୁଳିଗୋଳା ବିନିମୟ ଜାରିଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories