www.samajalive.in
Saturday, December 6, 2025
15.1 C
Bhubaneswar

ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର ମନ୍ଦିରରେ ମହାଶିବରାତ୍ରି ମେଳା

ଲୋଇସିଂହା: ଲୋଇସିଂହା ବ୍ଲକ ଅର୍ନ୍ତଗତ ଯୋଗିସର୍ଡା ଗ୍ରାମସ୍ଥିତ ପ୍ରସିଦ୍ଧ ଶୈବପୀଠ ଯୋଗେଶ୍ୱର ମନ୍ଦିରରେ ମହାଶିବରାତ୍ରି ଅବସରରେ ଶୁକ୍ରବାର ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି। ସପ୍ତାହ ବ୍ୟାପୀ ପୁରାଣ ପାଠ, ପ୍ରବଚନ ସାଙ୍ଗକୁ ଅଷ୍ଟ ପ୍ରହରି ନାମଯଜ୍ଞ ଯୋଗୁ ଅଞ୍ଚଳରେ ଆଧ୍ୟତ୍ମିକ ପରିବେଶ ସୃଷ୍ଟି ହୋଇଛି। ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଠାକୁରଙ୍କ ଦର୍ଶନ ପାଇଁ ମନ୍ଦିର ଭିତରକୁ ଧାଡିରେ ଶ୍ରଦ୍ଧାଳୁଙ୍କୁ ଛଡା ଯାଉଛି। ମେଳା ପରିଚାଳନା କମିଟି ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ଭାଗବତ ସପ୍ତାହ ପାରାୟଣରେ ସସ୍ତ୍ରୀକ ନିମାଇ ପଧାନ ଓ ବ୍ୟାସ ମହେନ୍ଦ୍ର ମିଶ୍ର ଥିବାବେଳେ ଶିବ ପୁରାଣ ପାରାୟଣରେ ସସ୍ତ୍ରୀକ ବୀରବର ବାରିକ ଓ ବ୍ୟାସ ଦଳଗଞ୍ଜନ ତ୍ରିପାଠୀ ରହିଛନ୍ତି। ଶିବ ଯଜ୍ଞର କର୍ତ୍ତା ଭାବରେ ସସ୍ତ୍ରୀକ ପ୍ରଶାନ୍ତ ସାହୁ ଦାୟିତ୍ୱ ନିର୍ବାହ କରିଛନ୍ତି। ଗତ ୧୯ ତାରିଖରୁ ଏଠାରେ ରାବଣ ଦରବାର ଅଭିନୟ ଚାଳିଥିବା ବେଳେ ଏଠାରେ ରାବଣ ଭୂମିକାରେ ବିଜୟ ଦେବତା ଅଭିନୟ କରୁଛନ୍ତି। ସ୍ଥାନୀୟ ହରିହର ହାଇସ୍କୁଲର ସ୍କାଉଟ୍ସଗାଇଡ୍ସ ଏବଂ ରେଡକ୍ରସ ପକ୍ଷରୁ ଫାଷ୍ଟ ଏଡ୍‌ ସର୍ଭିସ ଓ ପାନୀୟ ଜଳ ବଣ୍ଟନ କରାଯାଇଛି। ଆଜି ମଧ୍ୟରାତ୍ରିରେ ମହାଦୀପ ଉଠିବ। ଏହା ବ୍ୟତୀତ ସାନଟୀକା, ବୁର୍ଡା, ଲୋଇସିଂହା, ସୁଜିଆ ଗ୍ରାମ ସମତେ ଅଞ୍ଚଳର ସମସ୍ତ ଶିବ ମନ୍ଦିରରେ ପୂଜାର୍ଚ୍ଚନା ଲାଗି ରହିଥିବାରୁ ସମଗ୍ର ଅଞ୍ଚଳ ଆଧ୍ୟତ୍ମିକ ପରିବେଶରେ ଉତ୍ସବ ମୁଖର ହୋଇଠିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories