nua o banner

କେବେ ସରିବ ଜାଇକା? ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ନିର୍ଦ୍ଦେଶକ ଓ କମିଶନର

BJD Bijuli 480×75 Mob

କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ପ୍ରସଙ୍ଗକୁ ନେଇ ହାଇକୋର୍ଟ ପକ୍ଷରୁ ଦାୟର ମାମଲାରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‍ ସଞ୍ଜୁ ପଣ୍ଡା, ଜଷ୍ଟିସ୍‍ ଏସ୍‍.କେ. ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବା ବେଳେ ଜାଇକା ପ୍ରକଳ୍ପ ନିର୍ଦ୍ଦେଶକ, ସିଏମ୍‍ସି କମିଶନର ବ୍ୟକ୍ତିଗତ ଭାବେ ହାଜର ହୋଇ ସତ୍ୟପାଠ କରିଥିଲେ। ତେବେ ଜାଇକା ପ୍ରକଳ୍ପ କାମ କେଉଁ ୱାର୍ଡ ଓ ଅଞ୍ଚଳରେ ସଂପୂର୍ଣ୍ଣ ହୋଇଛି, କେଉଁ ସ୍ଥାନରେ ସବୁ ଜାଇକା କାମ ଆଂଶିକ ଶେଷ ହୋଇଛି ଓ ସଂପୂର୍ଣ୍ଣ ଶେଷ ହେବା ପାଇଁ କେତେ ସମୟ ଲାଗିବ, ଏଥିସହିତ କେଉଁ ୱାର୍ଡ ଓ ଅଞ୍ଚଳରେ ଜାଇକା କାମ ଜମା ଆରମ୍ଭ ହୋଇନାହିଁ ଏ ନେଇ ସବିଶେଷ ତଥ୍ୟ ପୁନଃ ସତ୍ୟପାଠ ମାଧ୍ୟମରେ ଦାଖଲ କରିବା ପାଇଁ କୋର୍ଟ ଜାଇକା ପିଡିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସହରର ଦୁଇ ମୁଖ୍ୟ ନଳାର କାମ ୨ ମାସ ମଧ୍ୟରେ ଶେଷ ହେବ ବୋଲି ଜାଇକା ପକ୍ଷରୁ ଦର୍ଶାଯାଇଥିବା ବେଳେ କେବେ ସଂପୂର୍ଣ୍ଣ ହେବ ସେ ନେଇ ନିର୍ଦ୍ଦିଷ୍ଟ ଭାବେ ସତ୍ୟପାଠ ମାଧ୍ୟମରେ ଦର୍ଶାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୨ ତାରିଖକୁ କୋର୍ଟ ଧାର୍ଯ୍ୟ କରିଛନ୍ତି।

Comments are closed.