www.samajalive.in
Sunday, December 7, 2025
13.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ: ଲିକ ହୋଇନି କିନ୍ତୁ ସତର୍କତା ଦୃଷ୍ଟିରୁ ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା

ବୁର୍ଲା: ପୁଣି ଯୁକ୍ତ ତିନି ତୃତୀୟ ଗଣିତ ପ୍ରଶ୍ନପତ୍ର ଲିକକୁ ନେଇ ସନ୍ଦେହକୁ ନେଇ ପୁଣି ଅନଲାଇନରେ ବିକଳ୍ପ ପ୍ରଶ୍ନପତ୍ର ମେଲରେ ପଠାଯିବା ସହିତ ପୁରାତନ ପ୍ରଶ୍ନପତ୍ରକୁ ସିଲ ନ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପୁଣି ତୃତୀୟ ଗଣିତ ପ୍ରଶ୍ନପତ୍ର ଲିକ ହେବା ଭାଇରାଲ ହେବା ପରେ ଆଶଙ୍କାକୁ ନେଇ ଶନିବାର ଅପରାହ୍ନ ୧୨ଟା ପରେ ଶେଷ ମୁହୁର୍ତ୍ତରେ ନୁତନ ପ୍ରଶ୍ନପତ୍ର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ମେଲ ଯୋଗେ ପ୍ରେରଣ କରାଯିବା ସହିତ ପୁରାତନ ଗଣିତ ପ୍ରଶ୍ନପତ୍ର ସିଲ ନ ଖୋଲି ଫେରାଇ ନେବା ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ ପରାମର୍ଶ ଦିଆଯାଇଛି। କୌଣସି କାରଣ ନ ଥାଇକି କାହିଁକି ଶେଷମୁହୁର୍ତ୍ତରେ କେବଳ ଏହି ପ୍ରଶ୍ନପତ୍ରର ନୁତନ ବିକଳ୍ପ ପ୍ରଶ୍ନପତ୍ର ବ୍ୟବସ୍ତା କରାଗଲା ତାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି। ତେବେ ଏହାକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡଃ ସୁର୍ଯ୍ୟନାରାୟଣ ନାୟକଙ୍କୁ ଯୋଗାଯୋଗ କରାଯିବା ଫଳରେ ଯୁକ୍ତ ତିନିର ତୃତୀୟ ଗଣିତ ପ୍ରଶ୍ନପତ୍ର ଲିକ୍‍ ହୋଇ ନ ଥିବା ବେଳେ ସତର୍କତା ଅବଲମ୍ବନ କରାଯିବା ପାଇଁ ଗଣିତ ବିକଳ୍ପ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ଶେଷ ମୁହୁର୍ତ୍ତରେ ପ୍ରେରଣ କରାଯାଇଥିବା ସୁଚନା ଗଣମାଧ୍ୟମକୁ ଦେଇଥିଲେ।

ପୂର୍ବରୁ ମଧ୍ୟ ଗତ ଦୁଇଦିନ ତଳେ ୧୩ ତାରିଖରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଡିଗ୍ରୀ ଶ୍ରେଣୀର ତୃତୀୟ ସେମିଷ୍ଟାର ରସାୟନ ବିଜ୍ଞାନ ସମ୍ମାନ ଶ୍ରେଣୀର ଷଷ୍ଠ ପେପର ପରୀକ୍ଷା ଗୁରୁବାର ହେବାକୁ ଥିବାବେଳେ ଏହାର ପ୍ରଶ୍ନପତ୍ର ଲିକ୍‍ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ଲିକ୍‍ ପ୍ରଶ୍ନପତ୍ର ଭାଇରାଲ ହେଲା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିକଳ୍ପ ପ୍ରଶ୍ନପତ୍ର ସେଟର ପ୍ରଶ୍ନପତ୍ର ତୁରନ୍ତ ପରୀକ୍ଷା କେନ୍ଦ୍ରମାନଙ୍କୁ ଇମେଲ ଯୋଗେ ପ୍ରେରଣ କରି ପରୀକ୍ଷା କରାଇଥିଲେ। ଏହା ସହିତ ପ୍ରଶ୍ନପତ୍ର କେଉଁଠି ଲିକ୍‍ ହୋଇଛ ତାହାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଜଣ ଲେଖାଏଁ ଅଧିକାରୀଙ୍କୁ ନେଇ ୫ଟି ଟିମ ଗଠନ କରାଯାଇଥିଲା। ଗତ ବୁଧବାର ବିଳମ୍ବିତ ରାତିରେ ଏକ ଗୁପ୍ତ କମିଟି ବୈଠକ ଅନୁଷ୍ଠିତ ହୋଇ ସମୁଦାୟ ପାଞ୍ଚୋଟି ଟିମ ବିଶ୍ୱବିଦ୍ୟାଳରୁ ସନ୍ଦେହ ରହିଥିବା ପରୀକ୍ଷା କେନ୍ଦ୍ରମାନଙ୍କୁ ଯାଇ ଏହାର ବିଧିବଦ୍ଧ ତଦନ୍ତ କରୁଥିବା ପ୍ରକାଶ ପାଇଥିଲା। ଯେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକର ପ୍ରମାଣ ମିଳିବ ସେ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବା ସହ ଏହି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡ. ନାୟକ ସୁଚନା ଦେଇ ଦେଇଥିଲେ। ସେହିପରି ଜୀବବିଜ୍ଞାନ ବିଭାଗର ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ତାଙ୍କୁ ଖବର ମିଳିଛି ହେଲେ ତାହା ସ୍ପଷ୍ଟ ହୋଇ ନଥିବା ସେ କହିଛନ୍ତି। ରସାୟନ ବିଜ୍ଞାନ ବିଭାଗରେ ସମୁଦାୟ ୧୪୦୦ ଏବଂ ୨୦୦୦ ଜଣ ଜୀବବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ରହିଥିବା ସୁଚନା ହସ୍ତଗତ ହୋଇଛି।

- Advertisement -

ତେବେ ଏପରି ଭାବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ରହିଥିବା ଯୁକ୍ତ ତିନିର ପ୍ରଶ୍ନପତ୍ର ତାହା ପୁଣି ବିଜ୍ଞାନ ବିଭାଗର ଲିକ ହେବା ଘଟଣା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଅତ୍ୟନ୍ତ ବ୍ୟଥିତ କରିଥିବା ବେଳେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଚିନ୍ତାର କାରଣ ସାଜିଛି। ଏହା ସହିତ ପରୀକ୍ଷା ନିୟନ୍ତ୍ରକ ଡଃ ସୁର୍ଯ୍ୟନାରାୟଣ ନାୟକ କ୍ରାଇମ ବ୍ରାଞ୍ଚରେ ଏହି ପ୍ରଶ୍ନପତ୍ର ଲିକ ହେବାକୁ ନେଇ ବିଧିବଦ୍ଧ ଭାବରେ ତଦନ୍ତ କରାଯିବା ପାଇଁ ଲିଖିତ ଦେଇଥିବା ଜଣାପଡ଼ିଛି। ପୁର୍ବରୁ ମଧ୍ୟ ବହୁବାର ପ୍ରଶ୍ନପତ୍ର ଲିକ ହେବା ଘଟଣାକୁ ଅଣଦେଖା କରାଯାଇ ନ ପାରେ। ଏହାକୁ ଗତବର୍ଷ ଅଗଷ୍ଟ ମାସରେ ଏହି ଅବ୍ୟବସ୍ତାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ ପ୍ରମୁଖ ସଚିବଙ୍କ ଏହାକୁ ସୁଧାରିବା ଦିଗରେ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କ୍ରାଇମ ବ୍ରାଞ୍ଚ ତଦନ୍ତ ହେବା ପରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହିତ ଖେଳିବା ପ୍ରୟାସ କରାଯିବା ପାଇଁ ତଥା ନିଜର ତୁଚ୍ଛସ୍ୱାର୍ଥକୁ ହାସଲ କରିବା ପାଇଁ ପ୍ରଚେଷ୍ଟା କରିଥିବା ବ୍ୟକ୍ତି ବିଶେଷଙ୍କୁ ଠାବ କରିବାରେ କେତେ ମାତ୍ରାରେ ସଫଳତା ମିଳି ପାରୁଛି ଏବଂ ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ତାହା ସମୟ ହିଁ କହିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories