www.samajalive.in
Tuesday, December 9, 2025
16.1 C
Bhubaneswar

ଆଗାମୀ ଦିନରେ ଋଣ ପ୍ରଦାନ ହାର ବୃଦ୍ଧି ପାଇବ : ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ :  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ନୂଆଦିଲ୍ଲୀଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡ ସହ ବଜେଟ୍‍ ପରବର୍ତ୍ତୀ ବୈଠକରେ ଯୋଗ ଦେଇଥିଲେ। ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି, କୃଷି କ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଉଥିବା ଋଣ ଉପରେ ନଜର ରଖାଯାଇଛି।  ତେବେ ବୈଠକରେ ବ୍ୟାଙ୍କ୍‍ଗୁଡ଼ିକର ମିଶ୍ରଣ ପ୍ରସଙ୍ଗ ସ୍ଥାନ ପାଇନଥିବା ସେ କହିଛନ୍ତି। ଏହି ବୈଠକରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗ ଦେଇଥିଲେ।

Image @nsitharaman

ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଆଗାମୀ ମାସଗୁଡ଼ିକରେ ଋଣ ପ୍ରଦାନ ବୃଦ୍ଧି ପାଇବାର ଆଶା କରାଯାଉଛି। ବଳକା ନଗଦି ମୁଦ୍ରାନୀତିକୁ ସହାୟତା କରୁଥିବା ସେ କହିଛନ୍ତି। ଦେଶରେ ପର୍ଯ୍ୟାପ୍ତ ନଗଦି ଉପଲବ୍ଧ କରାଇବାକୁ ରିଜର୍ଭ ବ୍ୟାଙ୍କ୍‍ ନିଶ୍ଚିତ କରିବ ବୋଲି ସେ କହିଛନ୍ତି। ସୁଧହାର କମ୍‍ କରାଯିବାର ସୁଫଳ ଗ୍ରାହକମାନଙ୍କ ପାଖରେ ପହଞ୍ଚିବାରେ ଯଦିଓ ବିଳମ୍ବ ଘଟୁଛି ତେବେ ଏଥିରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି ଓ ଆଗକୁ ଏଥିରେ ଅଧିକ ଉନ୍ନତି ପରିଲକ୍ଷିତ ହେବାର ଆଶା କରାଯାଉଛି। ରିଜର୍ଭ ବ୍ୟାଙ୍କ୍‍ ଗଭର୍ଣ୍ଣର କହିଛନ୍ତି, ଅର୍ଥନୈତିକ
ସର୍ବେକ୍ଷଣକୁ ଭିତ୍ତି କରି ଆସନ୍ତା ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଶତକଡ଼ା ୬ ଭାଗ ହେବାର ଆକଳନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories