www.samajalive.in
Saturday, December 6, 2025
15.1 C
Bhubaneswar

ବିଧାନସଭା ଆରମ୍ଭ: ସରକାରଙ୍କ ବିକାଶ ଚିତ୍ର ବଖାଣିଲେ ରାଜ୍ୟପାଳ

ଭୁବନେଶ୍ଵର: ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଜର ଅଭିଭାଷଣ ଦେବା ସହିତ ରାଜ୍ୟ ସରକାରଙ୍କ ବିକାଶ ଚିତ୍ରକୁ ଉପସ୍ଥାପନ କରିଛନ୍ତି। ରାଜ୍ୟପାଳ କହିଥିଲେ, ରାଜ୍ୟବାସୀଙ୍କ ସୁବିଧା ଲାଗି ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ୫-ଟି ଜରିଆରେ ଶାସନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ଓଡ଼ିଶାକୁ ଏକ ନୂଆ ଉଚ୍ଚତାକୁ ନେବା ଲାଗି ମୋ ସରକାର ଉଦ୍ୟମ ଚଳାଇଛି। ଜନସାଧାରଣଙ୍କୁ ଶାସନର କେନ୍ଦ୍ରବିନ୍ଦୁ କରାଯାଇ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।

ରାଜ୍ୟପାଳ ଆହୁରି କହିଥିଲେ, ଶ୍ରୀମନ୍ଦିର ଭିତ୍ତିଭୂମି ବିକାଶ ପାଇଁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି। ଚାଷୀଙ୍କ ଆୟ ବୃଦ୍ଧି କରିବା ଲାଗି କାର୍ଯ୍ୟକ୍ରମ କରାଯାଇଛି। ଚାଷୀଙ୍କ ଲାଗି କାଳିଆ, ପିଲାଙ୍କ ପାଇଁ କାଳିଆ ଛାତ୍ରବୃତ୍ତି ହୋଇଛି। ଆଗାମୀ ବର୍ଷରେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯିବ। ୨୫ ଭୂମିହୀନଙ୍କୁ ମଧ୍ୟ କାଳିଆ ସହାୟତା ଯୋଗାଇ ଦିଆଯିବ। କୃଷି ଶିଳ୍ପକୁ ପ୍ରୋତ୍ସାହନ ଲାଗି ମୁଖ୍ୟମନ୍ତ୍ରୀ କୃଷି ଶିଳ୍ପ ଯୋଜନା ଲାଗି କରାଯାଇଛି। ଚାଷ ଜମିକୁ ଜଳଯୋଗାଣ ସକାଶେ ଅନେକ ବ୍ୟାରେଜ ନିର୍ମାଣ ହୋଇଛି। ପଶୁପାଳନ ଓ ମତ୍ସ୍ୟଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସହନ ଦିଆଯାଉଛି। ଖାଦ୍ୟ ସୁରକ୍ଷା ମିଶନ ଜରିଆରେ ଖାଦ୍ୟଶସ୍ୟ ଯୋଗାଣ ହେଉଛି। ପ୍ରତି ଗରିବ ପରିବାରର ମୁଣ୍ଡ ପିଛା ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି।

- Advertisement -

ସ୍ବାସ୍ଥ୍ୟସେବାରେ ଉନ୍ନତି ଲାଗି କଟିକ ଏସସିବି ମେଡିକାଲକୁ ବିଶ୍ଵସ୍ତରୀୟ କରିବା ଲାଗି ପଦକ୍ଷେପ ଗ୍ରହଣ କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣା ଚିକିତ୍ସା ସେବା ପ୍ରଦାନ କରାଯାଉଛି। ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣା ଔଷଧ ଦିଆଯାଉଛି। ସେହିପରି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ମିଶନ ଶକ୍ତି କାର୍ଯ୍ୟ କରୁଛି। ଓଡ଼ିଆ ଭାଷା, ସଂସ୍କୃତିର ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ କରାଯାଉଛି। ପାଇକ ବିଦ୍ରୋହ ସ୍ମାରକୀ ନିର୍ମାଣ ଲାଗି ୧୦ ଏକ ଜାଗା ଦିଆଯାଇଛି। ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି ଏବଂ ଆଗକୁ ଆହୁରି ୩୬ଟି ବିଦ୍ୟାଳୟ ଖୋଲାଯିବ ବୋଲି ରାଜ୍ୟପାଳ ତାଙ୍କ ଅଭିଭାଷଣରେ କହିଛନ୍ତି। ଏହାବ୍ୟତୀତ ୫୭୬ ସ୍କୁଲରେ ଧନ୍ଦାମୂଳକ ଶିକ୍ଷା ବ୍ୟବସ୍ଥା ସହିତ ୪୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍କୁଲ ୟୁନିଫର୍ମ ଯୋଗାଣ କରାଯାଇଥିବା ରାଜ୍ୟପାଳ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories