www.samajalive.in
Saturday, December 6, 2025
16.1 C
Bhubaneswar

ହାଇକୋର୍ଟ ସ୍ଥାୟୀ ବେଞ୍ଚ୍‍ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ ପ୍ରସଙ୍ଗ: ମାମଲା ସ୍ଥାନାନ୍ତର ନେଇ ସରକାରଙ୍କ ବିଜ୍ଞପ୍ତି

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍‍ ପ୍ରତିଷ୍ଠା ଦାବିରେ ଆଇନଜୀବୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଫଳରେ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ମାମଲାଗୁଡ଼ିକର ଶୁଣାଣି ହୋଇ ପାରୁନାହିଁ। ଏହାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପରାମର୍ଶ ଭିତ୍ତିରେ ରାଜ୍ୟ ସରକାର ମାମଲାଗୁଡ଼ିକୁ ଅନ୍ୟ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। କେଉଁ କୋର୍ଟ ମାମଲା କେଉଁ କୋର୍ଟକୁ ଯିବ ଏନେଇ ଆଇନ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଯେପରିକି, ସମ୍ବଲପୁରର ମାମଲା ବରଗଡ଼ କୋର୍ଟକୁ, ବଲାଙ୍ଗୀର ମାମଲା ଟିଟିଲାଗଡ଼ ଓ ସଇନ୍ତଳା କୋର୍ଟକୁ, ଦେବଗଡ଼ ମାମଲା କେନ୍ଦୁଝରକୁ, ଝାରସୁଗୁଡ଼ା ମାମଲା ସୁନ୍ଦରଗଡ଼ କୋର୍ଟକୁ ଏବଂ ଏହିପରି ଆହୁରି ଅନେକ ମାମଲାକୁ ଭିନ୍ନ ଭିନ୍ନ କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ବିଚାର ନ ହୋଇ ପଡ଼ି ରହିଥିବା ମାମଲାଗୁଡ଼ିକୁ ସ୍ଥାନାନ୍ତର ପାଇଁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories