www.samajalive.in
Saturday, December 6, 2025
17.1 C
Bhubaneswar

ଆପ୍‌ କାର୍ଯ୍ୟକର୍ତ୍ତାଙ୍କୁ ଚାପୁଡ଼ା ମାରିବାକୁ ଗୋଡ଼ାଇଲେ ଅଳକା ଲାମ୍ବା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଚାନ୍ଦନୀ ଚୌକ ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଳକା ଲାମ୍ବା ଶନିବାର ଅଭଦ୍ର ଟିପ୍ପଣୀ କରାଯିବାକୁ ନେଇ ଜଣେ ଯୁବକଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଛନ୍ତି। ଯୁବକ ଜଣକ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର କାର୍ଯ୍ୟକର୍ତ୍ତା ବୋଲି କୁହାଯାଉଛି। ଅଳକା କହିଛନ୍ତି ଯେ, ସେ ମତଦାନ କରିବା ପରେ ନିଜ ବିଧାନସଭା କ୍ଷେତ୍ରରେ ବୁଲି ଲୋକଙ୍କୁ ଦେବା ଲାଗି ନିବେଦନ କରୁଥିଲେ। ଏହି ସମୟରେ ଟିଲା ଅଞ୍ଚଳରେ ଥିବା ଏକ ବୁଥରେ ପହଞ୍ଚିଥିଲେ।

କିନ୍ତୁ ସେଠାରେ ଉପସ୍ଥିତ ଆପ୍‌ କର୍ମକର୍ତ୍ତାମାନେ ଅଳକା କ’ଣ ପାଇଁ କଂଗ୍ରେସର ନିର୍ବାଚନ ଚିହ୍ନ ଥିବା ସାମଗ୍ରୀ ଧରି ବୁଲୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଏହାକୁ ନେଇ ଅଳକା ଏବଂ ଆପ କର୍ମକର୍ତ୍ତାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ଭିତରେ ଜଣେ ଯୁବକ ଅଳକାଙ୍କୁ ଅଭଦ୍ର ଭାଷାରେ ଗାଳି କରିଥିଲେ। ଫଳରେ ଅଳକା ଉକ୍ତ ଯୁବକଙ୍କୁ ଚାପୁଡ଼ା ମାରିବା ଲାଗି ଉଦ୍ୟମ କରିଥିଲେ। ଯୁବକ ଜଣକ ସେଠାରୁ ଚାଲିଯାଉଥିବାବେଳେ ଅଳକା ତାଙ୍କ ପଛରେ ଦୌଡ଼ୁଥିବା ଦେଖାଯାଇଥିଲା। ପୁଲିସ ତୁରନ୍ତ ଯୁବକଙ୍କୁ କାବୁ କରିବା ସହିତ ପରିସ୍ଥିତିକୁ ସମ୍ଭାଳିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories