www.samajalive.in
Saturday, December 6, 2025
15.1 C
Bhubaneswar

୩ଟି ରାଶିରେ ରହିଛନ୍ତି ଶନି, ଅଶୁଭ ପ୍ରଭାବ ଦୂର ପାଇଁ କରନ୍ତୁ ଏହି ଉପାୟ

ଶନି ନାମ ଶୁଣିଲେ ଲୋକେ ଡରିଯାଆନ୍ତି। କୌଣସି ବ୍ୟକ୍ତି ଉପରେ ଶନି ଦଶା ପଡିଲେ ବିଭିନ୍ନ ସମସ୍ୟା ଦେଖା ଦେବା ସହ ରୋଗ ମଧ୍ୟ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପ୍ରତି ଅଢେଇ ବର୍ଷରେ ଥରେ ଶନି ରାଶି ପରିବର୍ତ୍ତନ କରିଥାନ୍ତି। ୨୦୨୦ ଜାନୁଆରୀ ୨୪ରେ ଶନି ମକର ରାଶିରେ ପ୍ରବେଶ କରିଛନ୍ତି। ଏହା ଦ୍ବାରା କୁମ୍ଭ, ମକର ଓ ଧନୁ ରାଶି ଉପରେ ଶନିଙ୍କ ପ୍ରଭାବ ରହିଛି। ଶନିଙ୍କ ଅଶୁଭ ପ୍ରଭାବରୁ ମୁକ୍ତି ପାଇଁ ଦାନ-ପୂଣ୍ୟ କରିବା ଉଚିତ୍।

ପ୍ରତି ଶନିବାର ରାଶି ଅନୁଯାୟୀ ଏହି କର୍ଯ୍ୟ କରିବା ଦ୍ବାରା ଶନିଦେବଙ୍କ ଅଶୁଭ ପ୍ରଭାବ ଦୂର ହୋଇଥାଏ ଏବଂ ଆଶୀର୍ବାଦ ମିଳିଥାଏ।

- Advertisement -

ମେଷ: ଗରିବ ବ୍ୟକ୍ତିକୁ ତେଲ ଓ ଲୁଣ ଦାନ କରନ୍ତୁ।
ବୃଷ: ଶନିବାର ଗୁଡ ଓ ଚଣା ଦାନ କରନ୍ତୁ।
ମିଥୁନ: ଅନ୍ନ ଦାନ କରନ୍ତୁ।
କର୍କଟ: କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ।
ସିଂହ: ପକ୍ଷୀଙ୍କ ପାଇଁ ଘର ବାହାରେ ଦାନା ଓ ପାଣି ରଖନ୍ତୁ।
କନ୍ୟା: ବିରି ଦାନ କରନ୍ତୁ।
ତୁଳା: ଶନି ମନ୍ଦିରରେ ତେଲ ଦାନ କରନ୍ତୁ।
ବିଛା: ପକ୍ଷୀଙ୍କ ଗହମ ଓ ପାଣି ରଖନ୍ତୁ।
ଧନୁ: ଗୁରୁଜନଙ୍କ ସେବା କରନ୍ତୁ।
ମକର: ଅଶ୍ବତ୍ଥ ବୃକ୍ଷ ମୂଳରେ ଦୀପ ଜଳାନ୍ତୁ।
କୁମ୍ଭ: ମନ୍ଦିରରେ ତେଲ ଦାନ କରନ୍ତୁ।
ମୀନ: ଗରିବଙ୍କୁ ବସ୍ତ୍ର ଦାନ କରନ୍ତୁ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories