www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ସଂକ୍ରମଣ : ସ୍ବତନ୍ତ୍ର ଯାଞ୍ଚ ପାଇଁ ୧୨ଟି ବଡ଼ ବଡ଼ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା ଭୂତାଣୁ ସଂକ୍ରମଣର ବ୍ୟାପକତାକୁ ରୋକିବା ଉଦ୍ଦେଶ୍ୟରେ ଜାହାଜରେ ଆସୁଥିବା ସମସ୍ତ ଯାତ୍ରୀ ଓ କ୍ରୁଜ୍‍ ଜାହାଜ ଯାତ୍ରୀମାନଙ୍କୁ ପୃଥକ୍‍ ପୃଥକ ସ୍ଥାନରେ ରଖି ଯାଞ୍ଚ୍‍ ଓ ଡାକ୍ତରୀ ପରୀକ୍ଷା କରିବାପାଇଁ ବ୍ୟବସ୍ଥା କରିବାକୁ ସରକାର ଦେଶର ସମସ୍ତ ୧୨ଟିଯାକ ବଡ଼ ବଡ଼ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣକୁ ରୋକିବାପାଇଁ ଭାରତ ଆହୁରି ଅନେକ ପଦକ୍ଷେପ ଗ୍ରହଣ କରିଛି । ଡାଏମଣ୍ଡ କ୍ରୁଜ୍‍ ଜାହାଜର କିଛି ଭାରତୀୟ ଯାତ୍ରୀଙ୍କୁ ଜାପାନରେ ପୃଥକ୍‍ ସ୍ଥାନରେ ରଖାଯାଇ ସେମାନଙ୍କର ଯାଞ୍ଚ୍‍ କରାଯାଇଥିବା ବୈଦେଶିକ ବ୍ୟାପାର  ମନ୍ତ୍ରୀ ଏସ୍‍.ଜୟଶଙ୍କର ଟ୍ୱିଟ୍‍ କରି ଜଣାଇଛନ୍ତି। ସେହି ଯାତ୍ରୀମାନେ ଜାପାନ୍‍ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରୁ କାହାରି ଦେହରେ କରୋନା ଭୂତାଣୁ ନ ଥିବାର ପରୀକ୍ଷାରୁ ଜଣାପଡ଼ିଥିବା ବିଷୟ ଟୋକିଓସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବ ପ୍ରୀତି ସୁଦନ କହିଛନ୍ତି, ଦେଶରେ ମଧ୍ୟ ଆଉ କୌଣସି ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ଜଣାପଡ଼ି ନାହିଁ। ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଓ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କ୍ୟାବିନେଟ୍‍ ସଚିବାଳୟ ଦ୍ୱାରା ଦୈନନ୍ଦିନ ଭିତ୍ତିରେ ଏ ସମ୍ବନ୍ଧୀୟ ତାଜା ଖବର ପ୍ରସ୍ତୁତିର ସ୍ଥିତାବସ୍ଥା ଓ ଏପର୍ଯ୍ୟନ୍ତ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଖବର ସଂଗ୍ରହ କରାଯାଉଛି। ଏ ସଂକ୍ରାନ୍ତରେ ସତର୍କତା ଅବଲମ୍ବନ କରିବାକୁ ସେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories