www.samajalive.in
Saturday, December 6, 2025
15.1 C
Bhubaneswar

ନୂଆ ରୂପରେ ମାରୁତି ‘ଇଗ୍‍ନିସ’

ଗ୍ରେଟର ନଏଡା : ଏଠାରେ ଚାଲିଥିବା ଅଟୋ ଏକ୍ସପୋ’ ଅବସରରେ ମାରୁତି ସୁଜୁକିର ନବିକୃତ ‘ଇଗ୍‍ନିସ’ ପ୍ରଦର୍ଶିତ ହୋଇଛି। ଏହାର ନୂଆ ରୂପକୁ ନେଇ ଇଗ୍‍ନିସ ଭାରତୀୟ ବଜାରରେ ପୋର୍ଡ ଫିଗୋ, ମାରୁତି ସୁଜୁକି ସ୍ୱିଫ୍ଟ, ହ୍ୟୁଣ୍ଡାଇ ଗ୍ରାଣ୍ଡ ଆଇଟେନ୍‍ ନିଓସ୍‍, ଟାଟା ଟିଆଗୋ, ଦାତ୍‍ସୁନ ଗୋ ଏବଂ ହ୍ୟୁଣ୍ଡାଇ ସାଣ୍ଟ୍ରୋଭଳି କାର୍‍ଗୁଡିକ ସହିତ ପ୍ରତିଯୋଗିତା କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ପଞ୍ଚମ ପିଢିର ହାର୍ଟେକ୍ଟ ପ୍ଲାଟଫର୍ମରେ ନିର୍ମିତ ଇଗ୍‍ନିସ ଏସୟୁଭି ଡିଜାଇନରେ ପ୍ରସ୍ତୁତ କରାଯାଇଛି ଏବଂ ଏହାର ସମ୍ମୁଖ ଭାଗ ଆକର୍ଷଣୀୟ ଲୁକ୍‍ ଦେଉଥିବାବେଳେ ପଛପାର୍ଶ୍ବ ଅପେକ୍ଷାକୃତ ପ୍ରଶସ୍ତ କରାଯାଇଛି ଏବଂ ସିଟ୍‍ଗୁଡିକ ତୁଳନାତ୍ମକ ଭାବେ ଉଚ୍ଚ ହୋଇଛି। କମ୍ପାନୀ ଏହାକୁ ଏକ ଉତ୍ତମ ସହରାଞ୍ଚଳ ଏସୟୁଭି ଭାବେ ଉପସ୍ଥାପନ କରିବାକୁ ପ୍ରୟାସ କରୁଛି। ଏଥିରେ ଏଲଇଡି ପ୍ରୋଜେକ୍ଟର ହେଡଲ୍ୟାମ୍ପ, ଫ୍ରଣ୍ଟ ଗ୍ରିଲ୍‍, ୟୁ-ଆକୃତିର ମୋଟିଫ, ବମ୍ପରରେ ସ୍କିଡ ପ୍ଲେଟ, ରୁଫ ରେଲ୍‍ ଏବଂ ସ୍ପଏଲର ଭଳି ବ୍ୟବସ୍ଥା ଏହାକୁ ଏସୟୁଭିର ରୂପ ପ୍ରଦାନ କରୁଛି। ଏହା ନିୟୁ ଟର୍‍କିଜ, ଲୁସେଣ୍ଟ ଅରେଞ୍ଜ, ଷ୍ଟାରଗେଜ୍‍ ବ୍ଲୁ, ଡୁଆଲ ଟୋନ୍‍ ସିଲ୍‍ଭର/ ବ୍ଲାକ ଏବଂ ଲୁସେଣ୍ଟ ଅରେଞ୍ଜ ଡୁଆଲ ଟୋନ୍‍ ବ୍ଲାକ ଭଳି ପାଞ୍ଚଟି ରଙ୍ଗରେ ଉପଲବ୍ଧ ହେଉଛି। ନୂଆ ଇଗ୍‍ନିସରେ ୧୭.୭୮ ସେ.ମି. ସ୍ମାର୍ଟ ପ୍ଲେ ଷ୍ଟୁଡିଓ ଖଞ୍ଜାଯାଇଚି, ଯାହାକୁ କ୍ଲାଉଡ ସହିତ ସଂଯୁକ୍ତ କରାଯାଇପାରିବ। ଏହା ଲାଇଭ ଟ୍ରାଫିକ, ଭଏସ ରେକଗ୍‍ନିସନ, ଡ୍ରାଇଭର ସେଫ୍‍ଟି ଆଲର୍ଟ, ଇଞ୍ଜିନ ଓ ଟ୍ରାନ୍‍ସମିଶନ ଆଲର୍ଟ ଭଳି ବହୁ ବୈଶିଷ୍ଟ୍ୟରେ ସନ୍ନିବେଶିତ ହୋଇଛି। ନୂଆ ଇଗ୍‍ନିସ ବିଏସ୍‍୬ ସର୍ତ୍ତ ଅନୁପାଳନ କରୁଛି। ଏହା ଅଟୋ ଏକ୍ସପୋ’ ପରେ ଆଗାମୀ ମାର୍ଚ୍ଚରେ ବଜାରକୁ ଆସିବା ଆଶା କରାଯାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories