ଭିଜିଲାନ୍ସ ହାତରେ ସ୍ୱାସ୍ଥ୍ୟକେନ୍ଦ୍ର ଆକାଉଣ୍ଟ ମ୍ୟାନେଜର

0

ଗଞ୍ଜାମ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲା ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆକାଉଣ୍ଟ ମ୍ୟାନେଜର ଜଗନ୍ନାଥ ପାଣି। ମିଶନ ଇନ୍ଦ୍ରଧନୁଷରେ ଲାଗିଥିବା ଗାଡ଼ିର ବିଲ ପାସ କରିବା ପାଇଁ ସେ କ୍ଷୀରମଣି ନାୟକଙ୍କୁ ଲାଞ୍ଚ ମାଗିଥିଲେ। ସେ ୩୫୦୦ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ବ୍ରହ୍ମପୁର ଭିଜିଲାନ୍ସ ଟିମ୍‍ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି। ଭିଜିଲାନ୍ସ ଟିମ୍‍ ପକ୍ଷରୁ ତାଙ୍କ ଚିକିଟି ଓ ବ୍ରହ୍ମପୁରସ୍ଥିତ ବାସଭବନରେ ଚଡ଼ାଉ ଜାରି ରହିଛି।

Leave A Reply