www.samajalive.in
Monday, December 15, 2025
17.1 C
Bhubaneswar

ବସ୍ତି ପିଲାଙ୍କ ଦିଦି : ରତ୍ନାମଞ୍ଜରୀ ଦାସ

ଭୁବନେଶ୍ବର : ସମାଜ​ରେ ଅବହେଳିତ ଛୋଟ ପିଲାଙ୍କୁ ଶିକ୍ଷାପ୍ରଦାନ କରି ସେମାନଙ୍କୁ ଆଶାର ଆଲୋକ ଦେଖାଉଛନ୍ତି ରତ୍ନାମଞ୍ଜରୀ ଦାସ। ଜଣେ ସରକାରୀ ଶିକ୍ଷୟିତ୍ରୀ ହେଲେ ମଧ୍ୟ ବସ୍ତିକୁ ଯାଇ ଛୋଟ ପିଲାଙ୍କୁ ଶିକ୍ଷାଦାନ କରିବା ତାଙ୍କର ଜୀବନର ରୁଟିନ୍‌ ହୋଇଛି। ବାଲ୍ୟ ବିବାହ ରୋକିବା ଭଳି ସାମାିକ କାର୍ଯ୍ୟକ୍ରମରେ ମଧ୍ୟ ସେ ନିଜକୁ ସାମିଲ କରିଛନ୍ତି।
ଯାଜପୁର ଜିଲା ବିଞ୍ଝାରପୁର ଅଞ୍ଚଳରେ ତାଙ୍କ ଘର। ସାଧାରଣ ପରିବାରରେ ରତ୍ନାମଞ୍ଜରୀଙ୍କ ଜନ୍ମ। ଚାରି ଭାଇଭଉଣୀଙ୍କ ମଧ୍ୟରେ ବଡ଼। ହେଲେ ପାଠ ପଢ଼ିବା ପାଇଁ ସେ ବହୁ ସଂଘର୍ଷ ଓ କଟକଣା ଦେଇ ଗତି କରିଛନ୍ତି। ତାଙ୍କ କହିବା ଅନୁସାରେ ସେତେ‌େ‌ବଳେ ପାଠ ପଢ଼ିବା ପାଇଁ ଝିଅଙ୍କୁ ବିରୋଧ କରୁଥିଲେ। ଘରେ ବାହାଘର କରି ଦେବାକୁ ବାଧ୍ୟ କରୁଥିଲେ। ହେଲେ ରତ୍ନାଙ୍କ ମା’ ଝିଅକୁ ଉଚ୍ଚ ଶିକ୍ଷିତ କରିବାକୁ ଚାହୁଁଥିଲେ। ମା’ଙ୍କ ପ୍ରେରଣା ଓ ସାହସ ପାଇ ରତ୍ନା ପାଠ ପଢ଼ିବା ସହିତ ଚାକିରି କଲେ। ସେବେଠାରୁ ମହିଳା ଓ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କରିବାକୁ ତାଙ୍କର ଆଗ୍ରହ ବଢ଼ିଥିଲା। ସମାଜରେ ଅଶିକ୍ଷିତ ପିଲାଙ୍କୁ ଶିକ୍ଷିତ କରିବାର ଯୋଜନା କରି ପାଞ୍ଚ ବର୍ଷ ହେବ ବସ୍ତିପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି ସିଆରପି ନୋଡାଲ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ ରତ୍ନାମଞ୍ଜରୀ ଦାସ।

ସହିଦ ଲକ୍ଷ୍ମଣ ନନ୍ଦ ବସ୍ତିରେ ରହୁଥିବା ୩୦ରୁ ଅଧିକ ପିଲାଙ୍କୁ ଡାକି ମାଗଣାରେ ସେ ଶିକ୍ଷାଦାନ କରୁଛନ୍ତି। ପିଲାଙ୍କୁ ପାଠ ପଢ଼ାଇବା ପାଇଁ ବସ୍ତିବାସିନ୍ଦାଙ୍କ ସହିତ କଥା ହୋଇଥିଲେ। ଭଲ ପଦକ୍ଷେପ ଯୋଗୁଁ ବସ୍ତିବାସିନ୍ଦାମାନେ ତାଙ୍କୁ କ୍ଲବ ଘର ଯୋଗାଇ ଦେଇଥିଲେ। ଛୁଟି ଦିନଗୁଡ଼ିକ ସକାଳ ଓ ସନ୍ଧ୍ୟା ସମୟରେ ସେ ପିଲାଙ୍କୁ ପାଠ ପଢ଼ାନ୍ତି। ପରିବାର ଲୋକ ହୋଇନଥିଲେ ମଧ୍ୟ ସେ ବସ୍ତିବାସିନ୍ଦାଙ୍କ ପାଇଁ ଦିଦି ପାଲଟି ଯାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories