www.samajalive.in
Sunday, December 14, 2025
26.1 C
Bhubaneswar

ସ୍ମାର୍ଟସିଟି କେତେ ବାସୋପଯୋଗୀ ? : କହିବେ ବାସିନ୍ଦା

ଭୁବନେଶ୍ବର : ସ୍ମାର୍ଟସିଟି ଭୁବନେଶ୍ବର ବାସୋପଯୋଗୀ ନା ନାହିଁ ମତ ଦେବେ ବାସିନ୍ଦା। ନିଜ ସହର ସମ୍ପର୍କରେ ଅନଲାଇନରେ ମତାମତ ରଖିବେ ଜନତା। ଏନେଇ ୨୧ଟି ମାନଦଣ୍ଡ ରହିଛି। କେଉଁ ମାନଦଣ୍ଡରେ ବାସିନ୍ଦା ସହମତି ଅଛନ୍ତି ଏବଂ କେଉଁଟିରେ ଅସହମତ ତାହା ଦର୍ଶାଇବେ। ଏହାକୁ ବିଚାରକୁ ନେଇ ଭୁବନେଶ୍ବର ସହର କେତେ ବାସୋପଯୋଗୀ ଜଣାପଡ଼ିବ। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ୧୦୦ ସ୍ମାର୍ଟସିଟି ସମ୍ବନ୍ଧୀୟ ସର୍ବେକ୍ଷଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ମନ୍ତ୍ରାଳୟ ଅନଲାଇନ ଜରିଆରେ ଜନସାଧାରଣଙ୍କ ପାଖରୁ ମତାମତ ଲୋଡ଼ିଛି। ଭୁବନେଶ୍ବରରେ ମଧ୍ୟ ଏହି ବ୍ୟବସ୍ଥା ଲାଗୁହୋଇଛି ବୋଲି ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

ଏହି ସର୍ବେକ୍ଷଣ ଫେବୃଆରୀ ୧ରୁ ଆରମ୍ଭ ହୋଇଛି ଓ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଜନସାଧାରଣ ୱେବସାଇଟ (www.eol2019.org/citizenfeedback)କୁ ଯାଇ ନାମ ପଞ୍ଜୀକରଣ କରି ମତାମତ ଦେବେ। ବିଏମ୍‌ସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। କମିସନର ଶ୍ରୀ ଚୌଧାରୀ କହିଛନ୍ତି, ଗତବର୍ଷ ପରି ଚଳିତ ବର୍ଷ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ସ୍ମାର୍ଟସିଟିରେ ଏହି ସର୍ବେକ୍ଷଣ ଚାଲିଛି। ଭୁବନେଶ୍ବର ସହରରେ ବସବାସ କରିବାକୁ କେତେ ଲୋକ ପସନ୍ଦ କରୁଛନ୍ତି ତା’ ଉପରେ ମତାମତ ଦେବେ। ଭୁବନେଶ୍ୱରର ସବୁ ବର୍ଗ ଏବଂ ସବୁ ବୟସର ନାଗରିକ ଏହି ସର୍ବେକ୍ଷଣରେ ଭାଗ ନେବାକୁ ସେ ଅନୁରୋଧ କରିଛନ୍ତି। ଲୋକଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ବିଏମ୍‌ସି ଏବଂ ସ୍ମାର୍ଟସିଟି ପକ୍ଷରୁ ପ୍ରତି ଜନଗହଳି ସ୍ଥାନ ଏବଂ ମେଳା ମହୋତ୍ସବରେ ହୋଲ୍ଡିଂ ଲଗାଯିବ।

- Advertisement -

ଏହି ସର୍ବେକ୍ଷଣରେ ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ ବ୍ୟବସ୍ଥା, ବର୍ଜ୍ୟ ସଂଗ୍ରହ, ପାନୀୟଜଳ ବ୍ୟବସ୍ଥା, ଜଳବନ୍ଦୀ, ଭଡ଼ାଘର, ଯୋଗାଯୋଗ, ମହିଳା ସୁରକ୍ଷା, ଜରୁରୀକାଳୀନ ସେବା, ରୋଜଗାରର ସୁଯୋଗ, ଆମୋଦପ୍ରମୋଦ ଏବଂ ମନୋରଞ୍ଜନ, ବସବାସର ଖର୍ଚ୍ଚ, ଆର୍ଥିକ ସେବା, ବାୟୁମଣ୍ଡଳର ମାନ, ସବୁଜିମା ଏବଂ ବିଦ୍ୟୁତ ଯୋଗାଣ ଆଦି‌େ‌ର ୨୧ଟି ବ୍ୟବସ୍ଥା ସମ୍ପର୍କରେ ଲୋକେ ମତାମତ ଦେବେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories