୧୯୭୮ ସାଲରେ ରତ୍ନ ଭଣ୍ଡାର ସ୍ଥିତି !

0

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପରେ ରାଜ୍ୟବ୍ୟାପୀ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ରତ୍ନଭଣ୍ଡାର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟ ଯାଞ୍ଚ ନିର୍ଦେଶ ଦେବା ପରଠାରୁ ବିଭିନ୍ନ ମହଲରେ ବିଚାର ବିତର୍କ ଆରମ୍ଭ ହୋଇଥିଲା। ରତ୍ନଭଣ୍ଡାରରେ କ’ଣ ରହିଛି, ଏହି ସମ୍ପତ୍ତିର ମୂଲ୍ୟ କେତେ ସେ ନେଇ ନାନା ମତ ସୃଷ୍ଟି ହୋଇଥିଲା। ଦୁଇମାସ ତଳେ ୧୭ ଜଣିଆ କମିଟି ଯାଞ୍ଚ କରିବା ପରେ ଚାବି ନଥିବାରୁ ଭିତର ଭଣ୍ଡାର ବାହାରୁ ଅନୁଧ୍ୟାନ କରାଯାଇଥିଲା। ଚାବି କୁଆଡ଼େ ଗଲା ତାହାକୁ ନେଇ ଖୋଳତାଡ଼ ଚାଲିଛି। ୧୯୭୮ରେ ରତ୍ନଭଣ୍ଡାର ଯାଞ୍ଚ ସମୟରେ ପ୍ରସ୍ତୁତ ହୋଇଥିବା ପର୍ୟ୍ୟାୟକ୍ରମ ପାଞ୍ଚଟି ତାଲିକା ସେତେବେଳେ ‘ସତ୍ୟବାଦୀ’ ପ୍ରେସଦ୍ୱାରା ପ୍ରକାଶିତ ହୋଇଥିଲା। ଯାଞ୍ଚପର ସ୍ୱାକ୍ଷରକାରୀଙ୍କ ଏକ ତାଲିକା ମଧ୍ୟ ଏଥିରେ ସନ୍ନିବେଶିତ ହୋଇଛି।

୧୯୭୮: ତାଲିକା ବିବରଣୀ

କଟକ:  ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରତ୍ନଭଣ୍ଡାର ବିଶ୍ୱରେ ବିରଳ। ବର୍ଷ ବର୍ଷ ଧରି ଚର୍ଚ୍ଚିତ ଏହି ରତ୍ନଭଣ୍ଡାରରେ ଥିବା ଅପରୂପ ଅଳଙ୍କାର ମଧ୍ୟ ଅନିନ୍ଦ୍ୟ-ଅଦ୍ୱିତୀୟ। ପ୍ରାୟ ୪୦ବର୍ଷ ତଳେ ଶ୍ରୀଛାମୁଙ୍କ ଏହି ରତ୍ନଭଣ୍ଡାର ଆକଳନ କରାଯାଇଥିଲା। ସେବେଠୁ ଆଜିଯାଏ ଆଉ ଯାଞ୍ଚ ହୋଇନାହିଁ। ତେଣୁ ଏହି ରତ୍ନଭଣ୍ଡାରର ସାଂପ୍ରତିକ ଅବସ୍ଥିତି ନେଇ ବିଭିନ୍ନ ସ୍ତର ଓ ବର୍ଗରେ ନାନା ଆଲୋଚନା ଓ ପର୍ୟ୍ୟାଲୋଚନା- ଆଶଙ୍କା ଆଉ ଅବସୋସ ସୃଷ୍ଟି ହୋଇଛି।

୧୯୭୮ ସାଲରେ ‘ସତ୍ୟବାଦୀ ପ୍ରେସ୍‍’ରେ ଛପାଯାଇଥିବା ରତ୍ନଭଣ୍ଡାର ତାଲିକା ପୁସ୍ତକର ସଂକ୍ଷିପ୍ତ ଲିପିରେ ଉଲ୍ଲେଖ ରହିଛି ଯେ- “ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ସୁନା, ରୁପା ଓ ମଣି-ମୁକ୍ତାଖଚିତ ଅଳଙ୍କାର ଆଦିର ଏକ ତାଲିକା ୧୯୨୬ ସାଲରେ ପ୍ରସ୍ତୁତ କରାଯାଇ ତତ୍‍କାଳୀନ ଗଜପତି ରାଜାସାହେବଙ୍କ ସ୍ୱୀକୃତି ପାଇ ପୁରୀ ଜିଲାପାଳଙ୍କ ଅଫିସର ରେକର୍ଡ଼ ରୁମ୍‍ରେ ଜଉମୁଦ ଦିଆଯାଇ ରଖାଯାଇଥିଲା। ସେହି ସମୟରୁ ରତ୍ନଭଣ୍ଡାରରେ ଥିବା ଉପରୋକ୍ତ ସମ୍ପତ୍ତିର କୌଣସି ପୂର୍ଣ୍ଣାଙ୍ଗ ତାଲିକା ଏ ଯାବତ୍‍ କରାଯାଇ ନଥିଲା। ବର୍ତ୍ତମାନ ସରକାରଙ୍କ ଦ୍ୱାରା ଗଠିତ ଶ୍ରୀମନ୍ଦିର ପ୍ରଶାସନ ଉନ୍ନୟନ କମିଟିର ସୁପାରିସ କ୍ରମେ ଏବଂ ରାଜ୍ୟ ସରକାରଙ୍କର ନିର୍ଦେଶାନୁଯାୟୀ ମନ୍ଦିର ପରିଚାଳନା କମିଟି ଦ୍ୱାରା ତା ୧୩-୫-୭୮ ରଖିଠାରୁ ତା ୨୩-୭-୭୮ ରିଖ ମଧ୍ୟରେ ନିୟମାନୁଯାୟୀ ରତ୍ନଭଣ୍ଡାରରେ (ଭିତର ଓ ବାହାରେ) ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଗଲା।

ଏହି ପୁସ୍ତକର ପ୍ରଥମ ଭାଗରେ ସଂକ୍ଷିପ୍ତ ଲିପିରେ ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାରର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ଦ୍ୱିତୀୟ ଭାଗ(ପୃଷ୍ଠା୧ରୁ ୧୦୦)ରେ ଭିତର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଏବଂ ବ୍ୟବହୃତ ହେଉ ନଥିବା ଅଳଙ୍କାରାଦିର ତାଲିକା ପ୍ରଦାନ କରାଯାଇଛି। ତୃତୀୟ ଭାଗରେ (ପୃ-୧୦୧ରୁ ୧୧୮) ବାହାର ରତ୍ନଭଣ୍ଡାରରେ ଥିବା ଏବଂ ପର୍ବପର୍ବାଣିରେ ବ୍ୟବହୃତ ହେଉଥିବା ଅଳଙ୍କାରର ତାଲିକା ଦିଆଯାଇଛି। ଚତୁର୍ଥ ଭାଗରେ (ପୃଷ୍ଠା-୧୧୯ରୁ ୧୨୪) ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ଓ ଦୈନିକ ନୀତିରେ ବ୍ୟବହୃତ ହେଉଥିବା ଅଳଙ୍କାର ଓ ପୂଜା ସାମଗ୍ରୀର ତାଲିକା ରହିଛି। ସମସ୍ତ ଅଳଙ୍କାରର ବିବରଣୀ ଶ୍ରୀମନ୍ଦିର ପ୍ରଶାସନର ମଣତି ରେଜିଷ୍ଟରରେ ଲିପିବଦ୍ଧ ହୋଇଛି।

ପ୍ରକାଶିତ ପୁସ୍ତକର ପ୍ରଥମ ଭାଗରେ ଥିବା ରତ୍ନ ତାଲିକା ଶ୍ରୀମନ୍ଦିର ପ୍ରଶାସନ ମଣତି ରେଜିଷ୍ଟର ନଂ- ୧ରୁ ୬୮୯ ମଧ୍ୟରେ ଉଲ୍ଲିଖିତ ଅଛି। ଏଥିରେ ମହାପ୍ରଭୁଙ୍କ ପ୍ରଥମ ଅଳଙ୍କାର ରହିଛି ରତ୍ନଖଚିତ ସୁନା ନାକୁଆସି ଏବଂ ମଣତି ରେଜିଷ୍ଟର ନଂ- ୫୯୮ରେ ଶେଷ ଅଳଙ୍କାର ରହିଛି ୧ଭରି ଓଜନର ରତ୍ନଜଡ଼ିତ ପାନପତ୍ରୀ ସହ ମୁକ୍ତା ଚାପସରି।

                          ତାଲିକା                                       ସ୍ବାକ୍ଷରକାରୀ


 

ସେହିପରି ଦ୍ୱିତୀୟ ଭାଗରେ ମଣତି ରେଜିଷ୍ଟର ନଂ- ୪୬୫ରୁ ୭୪୭ ମଧ୍ୟରେ(କ୍ର.ନଂ ୧-୧୧୮) ପ୍ରଥମ ଅଳଙ୍କାର ମାଧବଙ୍କ ୬୫ ଭରି ଓଜନର ୨ଟି ରୁପା ଶ୍ରୀପୟର ଥିବାବେଳେ ଶେଷ ଅଳଙ୍କାର ରହିଛି ୪୨ଭରି ଓଜନର ଖଡ଼ିକା ସହିତ(କେବଳ ସୁନା ୧୨ଭରି) ସୁନାମୁଠା ଖଡ଼ିକା ଯାହା କେବଳ ରାଜାଙ୍କ ନୀତି ପାଇଁ ଉଦ୍ଦିଷ୍ଟ।

                       ତାଲିକା                                     ସ୍ବାକ୍ଷରକାରୀ


 

ରତ୍ନ ତାଲିକାର ତୃତୀୟ ଭାଗ( ପୃଷ୍ଠା-୧୧୯ରୁ ୧୨୪) ମଣତି ରେଜିଷ୍ଟର( ନଂ-୬୯୩ରୁ ୭୨୪)ରେ ପ୍ରଥମ ଅଳଙ୍କାର ରାହୁରେଖା ୩ଠାକୁରଙ୍କର ୯ଖଣ୍ଡ ସୁନା (ସିଲ୍‍ ପ୍ୟାକେଟ୍‍ରେ) ଉଲ୍ଲେଖ ଥିବାବେଳେ ଶେଷ ଅଳଙ୍କାର ଭାବେ ୧୮ ଭରି ଓଜନର ସୁନା ମୁଦ (ପଛ ପଟେ ରୁପା ଅଛି) ସ୍ଥାନିତ ହୋଇଛି।

                  ତାଲିକା                                                     ସ୍ବାକ୍ଷରକାରୀ


 

Leave A Reply