www.samajalive.in
Monday, December 15, 2025
27.1 C
Bhubaneswar

ପଶ୍ଚିମ ଓଡିଶା ବନ୍ଦ ପାଇଁ ରେଳ ଚଳାଚଳ ବ୍ୟାହତ, ଆନ୍ଦୋଳନକାରୀ ଓ ରେଳ ଯାତ୍ରୀ ମୁହାଁମୁହିଁ

ସମ୍ବଲପୁର : ପଶ୍ଚିମ ଓଡିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବୀକୁ ନେଇ ଆହୁତ ପଶ୍ଚିମ ଓଡିଶା ବନ୍ଦ ପାଇଁ ବୁଧବାର ଦିନ ସମ୍ବଲପୁର ରେଳ ମଣ୍ଡଳରେ ରେଳ ଚଳାଚଳରେ ବ୍ୟାହତ ସୃଷ୍ଟି ହୋଇଛି। ଏହି କ୍ରମରେ ସମ୍ବଲପୁର (କ୍ଷେତରାଜପୁର) ଓ ସିଟି ରେଳ ଷ୍ଟେସନରେ ଯଥାକ୍ରମେ ସକାଳ ୬ଟା ଓ ୭ଟାରୁ ଆନ୍ଦୋଳନକାରୀ ମାନେ ପହଞ୍ଚି ରେଳ ଯାତାୟାତକୁ ରୋକି ଦେଇଥିଲେ। ପ୍ରାପ୍ତସୂଚନାନୁଯାୟୀ, ଟ୍ରେନ ନଂ ୧୮୩୦୩ – ୧୮୩୦୪ ସମ୍ବଲପୁର – ପୁରୀ – ସମ୍ବଲପୁର ଇନ୍ଟର ସିଟି ଏକ୍ସପ୍ରେସକୁ ବୁଧବାର ପାଇଁ ଉଭୟ ପଟରୁ ବାତିଲ କରାଯାଇଛି। ଏହା ସହିତ ଆନ୍ଦୋଳନ ପାଇଁ କ୍ଷେତରାଜପୁର ଷ୍ଟେସନରେ ସମ୍ବଲପୁର – ପୁରୀ – ସମ୍ବଲପୁର ଇନ୍ଟରସିଟି, ଟ୍ରେନ ନଂ ୧୮୩୦୯ ସମ୍ବଲପୁର – ଜାମ୍ମୁ ତାୱି ଏକ୍ସପ୍ରେସ ଓ ଟ୍ରେନ ନଂ ୧୮୬୩୮ ବାଙ୍ଗାଲୁରୁ – ହାଟିଆ ଏକ୍ସପ୍ରେସ ସମେତ ଏକ ମାଲବାହୀ ଟ୍ରେନ ଅଟକି ରହିଥିଲା। ସିଟି ଷ୍ଟେସନରେ ଟ୍ରେନ ନଂ ୨୨୮୩୯ ରାଉରକେଲା – ଭୁବନେଶ୍ୱର ଇନ୍ଟରସିଟି ଅଟକି ରହିଥିଲା। ସେହିଭଳି ଟ୍ରେନ ୧୨୮୭୨ ଟିଟିଲାଗଡ – ହାୱାଡା ଇସ୍ପାତ ଏକ୍ସପ୍ରେସ ହୀରାକୁଦ ଷ୍ଟେସନ, ଟ୍ରେନ ନଂ ୨୨୮୨୮ ସୁରତ – ପୁରୀ ଏକ୍ସପ୍ରେସ ବରଗଡ ରୋଡ ଷ୍ଟେସନ, ଟ୍ରେନ ନଂ ୧୮୦୦୫ ହାୱଡା – ଜଗଦଲପୁର ଏକ୍ସପ୍ରେସ ଝାରସୁଗୁଡା ଷ୍ଟେସନ, ଟ୍ରେନ ନଂ ୧୨୮୯୩ ଭୁବନେଶ୍ୱର – ବଲାଙ୍ଗୀର ଇନ୍ଟରସିଟି ଏକ୍ସପ୍ରେସ ଅନୁଗୁଳ ଷ୍ଟେସନ ଓ ଟ୍ରେନ ନଂ ୧୪୭୧୦ ପୁରୀ – ବିକାନେର ଏକ୍ସପ୍ରେସ ଅନୁଗୁଳ ଷ୍ଟେସନରେ ଅଟକି ରହିଥିଲା।

ପରେ ଦିନ ପ୍ରାୟ ୧୦ଟା ସମୟରେ ପୁଲିସ ଆନ୍ଦୋଳନକାରୀ ମାନଙ୍କୁ ଗିରଫ କରିବା ପରେ ଯାଇ ରେଳ ଧାରଣା ଉପରୁ ଅବରୋଧ ଉଠିଥିଲା। ଏଣୁ ସକାଳ ସମୟରେ ସମ୍ବଲପୁର ଦେଇ ଚଳାଚଳ କରୁଥିବା ପ୍ରାୟ ସମସ୍ତ ଟ୍ରେନ ଗୁଡିକର ଚଳାଚଳରେ ୨ ରୁ ୩ ଘଣ୍ଟା ଧରି ବ୍ୟାହତ ହୋଇଥିଲା। ଏହାକୁ ନେଇ ରେଳଯାତ୍ରୀ ମାନେ ସମ୍ବଲପୁର ରେଳ ଷ୍ଟେସନରେ ଅସନ୍ତୋଷ ବ୍ୟକ୍ତ କରି ପ୍ରତିବାଦ କରିଥିଲେ। କିନ୍ତୁ ରେଳବାଇ ଓ ରାଜ୍ୟ ପୁଲିସର ସମୋୟଚିତ ପଦକ୍ଷେପ ଯୋଗୁଁ ଯାତ୍ରୀ ଓ ଆନ୍ଦୋଳନକାରୀ ମାନଙ୍କ ମଧ୍ୟରେ ଗଣ୍ଡଗୋଳକୁ ଏଡାଇ ଦିଆଯାଇଥିଲା।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories