ଟ୍ରମ୍ପ-କିମ୍‍ ଆଲୋଚନା ପାଇଁ କ୍ଷେତ୍ରପ୍ରସ୍ତୁତି

0

ସିଓଲ/ୱାଶିଂଟନ୍‍ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଉତ୍ତର କୋରିଆ ଶାସକ କିମ୍‍ ଜଙ୍ଗ୍‍ ଉନ୍‍ଙ୍କ ମଧ୍ୟରେ ଆସନ୍ତା ୧୨ରେ ପ୍ରସ୍ତାବିତ ଆଲୋଚନା ପୂର୍ବରୁ ଉତ୍ତର କୋରିଆ ପ୍ରଶାସନ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆଲୋଚନା ପାଇଁ ରାସ୍ତା ପରିଷ୍କାର କରିବା ଉଦ୍ଦେଶ୍ୟରେ କିମ୍‍ ସୋମବାର ଏହାର ତିନି ଜଣ ବରିଷ୍ଠ ସାମରିକ ଅଧିକାରୀଙ୍କୁ ପରିବର୍ତ୍ତନ କରିଛନ୍ତି। ସୂଚନାନୁଯାୟୀ, ପିପୁଲ୍ସ ଆର୍ମଡ୍‍ ଫୋର୍ସେସ୍‍ର ପ୍ରଥମ ଭାଇସ୍‍ ମିନିଷ୍ଟର ନୋ କ୍ୱାଙ୍ଗ୍‍ ଚୋଲଙ୍କୁ ପାକ୍‍ ୟଙ୍ଗ୍‍ ସିକ୍‍ଙ୍କ ସ୍ଥାନରେ ପ୍ରତିରକ୍ଷା ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେହିଭଳି ରି ମ୍ୟୋଙ୍ଗ୍‍ ସୁଙ୍କ ସ୍ଥାନରେ ତାଙ୍କ କନିଷ୍ଠ ରି ୟଙ୍ଗ୍‍ ଗିଲ୍‍ଙ୍କୁ ନିଯୁକ୍ତି ଦିଆଯାଇଛି। ଆର୍ମି ନେଜେରାଲ କିମ୍‍ ସୁ ଗିଲଙ୍କୁ କିମ୍‍ ଜଙ୍ଗ୍‍ ଗାକ୍‍ଙ୍କ ସ୍ଥାନରେ କୋରିଆ ପିପୁଲ୍ସ ଆର୍ମିର ଜେନେରାଲ ପଲିଟିକାଲ ବ୍ୟୁରୋ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବସ୍ତୁତଃ ବୟସ୍କ ଅଧିକାରୀଙ୍କ କ୍ଷେତ୍ରରେ ଯୁବ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି।
ଜଣେ ଆମେରିକୀୟ ଅଧିକାରୀଙ୍କ ଅଧିକାରୀଙ୍କ ସୂଚନାନୁଯାୟୀ, ଉତ୍ତର କୋରିଆ ଏହାର ତିନି ବରିଷ୍ଠ କୋରିଆ ପିପୁଲ୍ସ ଆର୍ମି ଅଧିକାରୀଙ୍କୁ ହଟାଇ ସେମାନଙ୍କ ସ୍ଥାନରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। ଏହା ପରୋକ୍ଷରେ ଉତ୍ତର କୋରିଆର ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବ ଓ ବିଶ୍ୱ ସମୁଦାୟ ସହିତ ସମ୍ପର୍କ ବୃଦ୍ଧିରେ ସହାୟକ ହେବ। ଉତ୍ତର କୋରିଆ ଗଣମାଧ୍ୟମଗୁଡ଼ିକ ମଧ୍ୟ ଏହି ଖବରକୁ ସ୍ୱୀକାର ପୂର୍ବକ ରିପୋର୍ଟ ପ୍ରକାଶ କରିଛନ୍ତି। ଏହା ମଧ୍ୟ ଦେଶର ଆଣବିକ କାର୍ଯ୍ୟକ୍ରମକୁ ହ୍ରାସ କରି ଆମେରିକା ଓ ଦକ୍ଷିଣ କୋରିଆ ସହିତ ସମ୍ପର୍କରେ ଉନ୍ନତି ଏବଂ ବିଶ୍ୱଶାନ୍ତି ପାଇଁ କାର୍ଯ୍ୟକରିବାରେ ସହାୟକ ହେବ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଦକ୍ଷିଣ କୋରିଆ ବୈଦେଶିକ ମନ୍ତ୍ରୀ କାଙ୍ଗ୍‍ କ୍ୟୁଙ୍ଗ୍‍-ହା ତାଙ୍କର ଆମେରିକୀୟ ପ୍ରତିପକ୍ଷ ମାଇକ୍‍ ପମ୍ପିଓଙ୍କ ସହ ସୋମବାର ୧୫ମିନିଟ କାଳ ଫୋନ୍‍ରେ ବାର୍ତ୍ତାଳପ କରିଛନ୍ତି। ଟ୍ରମ୍ପ-କିମ୍‍ ସମ୍ମିଳନୀ କିଭଳି ସଫଳ ହେବ ସେ ନେଇ ଉଭୟ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି।

Leave A Reply