ଏୟାର ଇଣ୍ଡିଆ ମାମଲାର ତଦନ୍ତ ଶେଷ କରିବାକୁ ମେନକାଙ୍କ ନିର୍ଦେଶ

0

ନୂଆଦିଲ୍ଲୀ : ଏୟାର ଇଣ୍ଡିଆର ଜନୈକ ଏୟାର ହୋଷ୍ଟେସ୍‍ଙ୍କୁ ଯୌନ ନିର୍ଯାତନା ମାମଲାର ତଦନ୍ତ ତୁରନ୍ତ ଶେଷ କରିବା ନିମନ୍ତେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧି ସୋମବାର ତଦନ୍ତକାରୀ କମିଟିକୁ ନିର୍ଦେଶ ଦେଇଛନ୍ତି। ତଦନ୍ତକାରୀ କମିଟି ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ନେଇ ସମ୍ପୃକ୍ତ ଏୟାର ହୋଷ୍ଟେସ୍‍ ବାରମ୍ବାର ଟ୍ୱିଟ୍‍ରେ ଅଭିଯୋଗ କରି ବିଫଳ ହେବା ପରେ ସୋମବାର ମେନକାଙ୍କୁ ଭେଟିଥିଲେ। ମେନକା ତାଙ୍କୁ ତୁରନ୍ତ ନିରପେକ୍ଷ ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି। କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ତାଙ୍କୁ ବହୁ ବର୍ଷ ଧରି ନିର୍ଯାତନା ଦେଇଆସୁଥିବା ଚଳିତ ମାସ ପ୍ରାରମ୍ଭରେ ସମ୍ପୃକ୍ତ ଏୟାର ହୋଷ୍ଟେସ୍‍ ଅଭିଯୋଗ ଆଣିଥିଲେ। ୠତ ସପ୍ତାହରେ ବେସାମରିକ ବିମାନ ଚଳଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଏହି ଅଭିଯୋଗ ପାଇବା ପରେ ତଦନ୍ତ ନିର୍ଦେଶ ଦେଇଥିଲେ।

Leave A Reply