BJD Bijuli 480×75 Mob

ଶୀତରେ ଖାଆନ୍ତୁ ସୋରିଷ ସାଗ

BJD Bijuli 480×75 Mob

ଶୀତଦିନିଆ ବଜାରରେ ବିଭିନ୍ନ ରକମର ପରିବାମାନ ମିଳିଥାଏ। ପୋଷକତତ୍ତ୍ବ ଭରପୂର ଏସବୁ ପରିବାକୁ ନିଜ ଖାଦ୍ୟପାନୀୟରେ ପ୍ରତ୍ୟହ ସାମିଲ କଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼େ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ଶୀତଋତୁରେ ସୋରିଷ ଶାଗକୁ ମଧ୍ୟ ଭୋଜନରେ ସାମିଲ କରନ୍ତୁ। କ୍ୟାଲୋରୀ ଭରପୂର ଶାଗରେ କାର୍ବୋହାଇଡ୍ରେଟ୍, ଫାଇବର୍, ପୋଟାସିୟମ୍, ଭିଟାମିନ୍ ଏ, ସି, ଡି, ବି-୧୨, ମ୍ୟାଗ୍ନେସିୟମ୍, ଲୌହ, କ୍ୟାଲସିୟମ୍ ଥିବା ଏଇ ଶାଗ ସ୍ବାସ୍ଥ୍ୟ ପାଇଁ ଖୁବ୍ ହିତକାରୀ। ଆଣ୍ଟି-ଅକ୍ସିଡାଣ୍ଟ ଭରପୂର ସୋରିଷ ଶାଗ ଖାଇଲେ ଶରୀରକୁ ଶକ୍ତି ମିଳେ।

ସପ୍ତାହକୁ ଅନ୍ତତଃ ୨-୩ଥର ସୋରିଷ ଶାଗ ଖାଇଲେ ଶରୀରରେ କୋଲଷ୍ଟୋରଲ୍ ସ୍ତର ନିୟନ୍ତ୍ରଣ ରହେ।

ହୃଦ୍‌ରୋଗୀରୁ ବର୍ତ୍ତିବାକୁ ଚାହୁଁଥିବା ଲୋକ ନିଜ ଡାଏଟ୍ ତାଲିକାରେ ସୋରିଷ ଶାଗ ସାମିଲ କରିବା ଭଲ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ।

କ୍ୟାଲସିୟମ୍ ଓ ପୋଟାସିୟମ୍ ଭରପୂର ଏଇ ଶାଗ ଖାଇଲେ ହାଡ଼, ଗଣ୍ଠି ମଧ୍ୟ ଶକ୍ତ ହୋଇଥାଏ।

ଏସିଆନ୍ ଚିକିତ୍ସାଳୟର ଖାଦ୍ୟ ବିଶେଷଜ୍ଞ ବିଭା ବାଜପେୟୀଙ୍କ ମତରେ ଶୀତରେ ଆଣ୍ଠୁଗଣ୍ଠି ସମସ୍ୟା ଥିବା ଲୋକ ନିୟମିତ ସୋରିଷ ଶାଗ ଖାଇଲେ ଉପଶମ ମିଳେ।

Comments are closed.