www.samajalive.in
Sunday, December 14, 2025
19.1 C
Bhubaneswar

ଖଟୁଆପାଟଣା ଗାଁରେ ମଇଁଷି ଓ ଗୋରୁ ମଡକ ଘଟଣା; କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ପ୍ରତିନିଧି ଦଳ

ଆରଡି: ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ  ଆରଡି ନିକଟସ୍ଥ  ଖଟୁଆପାଟଣା ଗାଁରେ  ଦୀର୍ଘ ୧୨ଦିନ ହେଲା ମଇଁଷି ମଡକ ଲାଗି ରହିଛି । ଏପରିକି କଟକରୁ ଆସିଥିବା ରକ୍ତ ନମୁନା ରିପୋର୍ଟ ଅନୁଯାୟୀ ସାହାଣା ରୋଗରେ ୧୬୦ ମଇଁଷିଙ୍କ ସହ ୧୨ ଗୋରୁଙ୍କ ମୃତ୍ୟୁ ଘଟିଲାଣି । ଏପରି ଘଟଣାର ଖବର ପାଇ ରାଜ୍ୟ ବିଜେପି କିଷାନ ମୋର୍ଚ୍ଚାର ଉପ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଏକ ୭ଜଣିଆ ଟିମ୍ ଖଟୁଆପାଟଣା ଗାଁରେ ପହଁଚିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ପ୍ରତିନିଧିମାନେ ମଇଁଷି ମଡକର କ୍ଷେତ୍ର ପରିଦର୍ଶନ କରିବା ସହ କ୍ଷତିଗ୍ରସ୍ତ ପରିବାରଙ୍କୁ କିପରି ଭାବେ କ୍ଷତି ପୂରଣ ମିଳିବ ସେ ନେଇ ଆସନ୍ତା  ସୋମବାର ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବେ ବୋଲି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଅନ୍ୟପଟେ ପଶୁଚିକିତ୍ସା ଅଧିକାରୀଙ୍କ ଦ୍ୱାରା ମଇଁଷି ଓ ଗୋରୁଙ୍କର ଚିକିତ୍ସା କରାଯାଉଥିଲେ ମଧ୍ୟ ଗତ ୩ଦିନ ମଧ୍ୟରେ ୫ଟି ମଇଁଷିଙ୍କ ଜୀବନ ଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ରାଜ୍ୟ ବିଜେପି କିଷାନ ମୋର୍ଚ୍ଚାର ଏହି ଗସ୍ତ ସମୟରେ ଜିଲା କିଷାନ ସଭାପତିଙ୍କ ସହ ଜିଲା ପଶୁଚିକିତ୍ସାଧିକାରୀ , ସ୍ଥାନୀୟ ପଶୁଚିକିତ୍ସାଧିକାରୀ ଓ ସ୍ଥାନୀୟ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।

Hot this week

ମାଲକାନଗିରି ହିଂସା:୧୨ ଗିରଫ

ସମାଜ ଲାଇଭ ଡ଼େସ୍କ:ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories