ମୋଦୀଙ୍କ ନାମରେ ଅର୍ଚିଡ ଫୁଲ

0

ସିଙ୍ଗାପୁର : ତ୍ରିଦିବସୀୟ ସିଙ୍ଗାପୁର ଗସ୍ତର ଅନ୍ତିମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଠାକାର ଜାତୀୟ ଅର୍ଚିଡ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଏହି ଅବସରରେ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଛି। ଏଠାରେ ଏକ ଅର୍ଚିଡକୁ ମୋଦୀଙ୍କ ନାମରେ ନାମିତ କରାଯାଇଛି। ପ୍ରାୟ ୧୪ରୁ ୨୦ଟି ସୁଗନ୍ଧଯୁକ୍ତ ଫୁଲ ଫୁଟୁଥିବା ଅର୍ଚିଡ୍‍ ବୃକ୍ଷଟିକୁ ‘ଡେଣ୍ଡ୍ରୋବ୍ରିୟମ୍‍ ନରେନ୍ଦ୍ର ମୋଦୀ’ ଭାବେ ନାମିତ କରାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ପ୍ରବକ୍ତା ରବିଶ କୁମାର ଟ୍ୱିଟ୍‍ କରି ଜଣାଇଛନ୍ତି।

Leave A Reply