www.samajalive.in
Sunday, December 14, 2025
17.1 C
Bhubaneswar

ଡିଆରଡିଓ ରାଡାର ୟୁନିଟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ

ଭୁବନେଶ୍ୱର: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନର ଓ ଆଣ୍ଡ ଏମ ଏ ଡି ରାଡାର ୟୁନିଟ୍, ଭୁବନେଶ୍ବର ଆନୁକୂଲ୍ୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଅନୁଷ୍ଠାନର ଚିଫ ସିଷ୍ଟମ ଇଞିନିୟର ନିଳାଦ୍ରୀ ରାୟ ଏବଂ ସମ୍ମାନିତ ଅତିଥି ଭାବେ ବରିଷ୍ଠ ବୈଜ୍ଞାନିକ ସୁବ୍ରତ ମହାପାତ୍ର ଓ ସୁବାଶିଷ ମାରାଣ୍ଡି ଯୋଗଦେଇଥିଲେ। ଏହି ଅବସରରେ ଆୟୋଜିତ ଏକ କ୍ରିକେଟ୍ ମ୍ୟଚରେ ଫେଜ -୧ ସାଇଟ, ପୁରୀ, ଫେଜ -୨ ସାଇଟ, କେନ୍ଦ୍ରାପଡ଼ା ଓ ହେଡ କ୍ୱାର୍ଟର, ଭୁବନେଶ୍ବର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏଥିରେ ଫେଜ-୧ ସାଇଟ ପୁରୀ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲ ମ୍ୟାଚରେ ଫେଜ ୧ ସାଇଟ ନିର୍ଦ୍ଧାରିତ ୧୨ ଓଭର ରେ ୧୧୪ ରନ କରିଥିଲା।୧୧୫ ରନ ର ବିଜୟ ଲକ୍ଷ ନେଇ ହେଡ କ୍ୱାର୍ଟର ଭୁବନେଶ୍ବର ସମସ୍ତ ଓଭର ଖେଳି ୯ ଉଇକେଟ ହରାଇ ମାତ୍ର ୫୬ ରନ କରିଥିଲା। ଫେଜ -୧, ପୁରୀର ଚନ୍ଦ୍ରକାନ୍ତ ବରାଳ ମ୍ୟାନ ଅଫ ଦି ମ୍ୟାଚ ଓ ଆଶିଷ ବଳ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ମ୍ୟାଚଟି ଏୟାର ପୋର୍ଟ ଖେଳ ପଡିଆରେ ଆୟୋଜିତ ହୋଇଥିଲା।

ଏହି ପ୍ରତିଯୋଗିତାରେ ସଟଫୁଟ ଥ୍ରୋ, ଡିସକସ ଥ୍ରୋ, ୧୦୦ ମିଟର ଦୌଡ, କ୍ୟାରମ, ଚେସ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଲ୍ୟୁଟନାଣ୍ଟ କର୍ଣ୍ଣଲ କପିଲ ଜରୁରି ଓ କ୍ଷିରୋଦ ମଲ୍ଲିକ ମ୍ୟାଚ ପରିଚାଳନା କରିଥିଲେ ଏବଂ ନରେନ୍ଦ୍ର ମହାପାତ୍ର, ଶୁଭେନ୍ଦୁ ନାଥ କାନୁନଗୋ, ନିରଞ୍ଜନ ଶ୍ରୀଚନ୍ଦନ, ଦେବାଶିଷ ଗୌଡ, ସତ୍ୟପ୍ରକାଶ ଦାସ ପ୍ରମୁଖ ସଂଯୋଜନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories