www.samajalive.in
Sunday, December 14, 2025
17.1 C
Bhubaneswar

ଗାନ୍ଧୀମାର୍ଗରେ ତ୍ରିରଙ୍ଗା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ

ଭୁବନେଶ୍ୱର: ୭୧ତମ ସାଧାରଣତନ୍ତ୍ର ଦିବସ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ୱର ଗାନ୍ଧୀମାର୍ଗରେ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଓଡ଼ିଶାକୁ ଦେଶର ଏକ ସମୃଦ୍ଧ ଏବଂ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ଶପଥ ନେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଜଣାଇଛନ୍ତି। ଏଥିରେ ପ୍ରଥମ ଥର ପାଇଁ ବିଶେଷ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଏବଂ ସବୁ ବର୍ଗର କଲ୍ୟାଣ ପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରିଛନ୍ତି।

ଏହି ଅବସରରେ ଆୟୋଜିତ ପ୍ୟାରେଡ଼ରେ ୪୮ଟି ଟିମ୍‌ ଅଂଶ ଗ୍ରହଣ କରିଥିଲେ। ପ୍ୟାରେଡ଼ କମାଣ୍ଡର ଭାବରେ ଟ୍ରାଫିକ ଡିସିପି ସାଗରିକା ନାଥ ନେତୃତ୍ବ ନେଇଥିଲେ। ଏଥିରେ ୧୨୦ ବାଟାଲିୟନ୍‌, ସିଆରପି, ଆରପିଏଫ୍‌, ରାଜ୍ୟ ପୁଲିସର ଆଇଆର୍‌ ବାଟାଲିୟନ୍‌, ଓଏସ୍‌ଏପି, ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ, ଏସ୍‌ଓଜି, ବ୍ରାସ୍‌ବ୍ୟାଣ୍ଡ, ଓଏସ୍‌ଏଏଫ୍‌, ଓଆଇଏସ୍‌ଏଫ୍‌, ଏପିଆର, ଟ୍ରାଫିକ୍‌ ପୁଲିସ (ମହିଳା), ଅଗ୍ନିଶମ, ଓଡ୍ରାଫ୍‌, ହୋମ୍‌ଗାର୍ଡ, ସିଭିଲ୍‌ ଡିଫେନ୍ସ, ଏନ୍‌ସିସି, ସୈନିକ ସ୍କୁଲ ପ୍ରଦର୍ଶନ କରିଥିବା ବେଳେ ୨ଟି ଦଳ ଡେୟାର ଡେଭିଲ୍‌ ସୋ’ ସହ ଗୋଟିଏ ସ୍କେଟିଂ, ୪ଟି ସାଂସ୍କୃତିକ ସଂଗଠନର ଗୋଟିପୁଅ, ଯୋଡ଼ି ଶଙ୍ଖ, ସମ୍ବଲପୁରୀ, ବଣ୍ଡା ନୃତ୍ୟ ପରିବେଷଣ କରିଥିଲେ। ଚଳିତ ଥର ପ୍ୟାରେଡ଼ରେ ୧୨ଟି ପ୍ରଜ୍ଞାପନ ମେଢ଼ ଭାଗ ନେଇଥିଲେ। ରାଜ୍ୟସ୍ତରୀୟ ପ୍ୟାରେଡ ଦେଖିବା ପାଇଁ ଗାନ୍ଧୀ ମାର୍ଗରେ ପ୍ରାୟ ୨୦ହଜାର ଲୋକ ଉପସ୍ଥିତ ଥିଲେ।

- Advertisement -

ସାଧାରଣତନ୍ତ୍ର ଦିବସ ପାଇଁ ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ନକ୍ସଲ୍‍ ପ୍ରଭାବିତ ଅଞ୍ଚଳରେ ଅନେକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲ୍ଲା ଓ ସବ୍‍ଡିଭିଜନ୍‍ ସ୍ତରରେ ୨୦ ଜଣ ମନ୍ତ୍ରୀ, ୨ ଜଣ ରାଜସ୍ୱ ଆୟୁକ୍ତଙ୍କ ସମେତ ୧୦ ଜଣ ଜିଲ୍ଲାପାଳ ବିଭିନ୍ନ ସ୍ଥାନରେ ପତାକା ଉତ୍ତୋଳନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories