କାଂଶୀ ରାମ ସ୍ମାରକୀ ବଙ୍ଗଳା ଛାଡିଲେ ମାୟାବତୀ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ମାୟାବତୀ ରହିଆସୁଥିବା ୧୩ ଏ ମଲ ଆଭେନ୍ୟୁ ବଙ୍ଗଳାକୁ ଛାଡିଛନ୍ତି। ଏହି ବଙ୍ଗଳାକୁ ମାୟାବତୀ ଦଳର ପ୍ରତିଷ୍ଠାତା କାଂଶୀ ରାମଙ୍କ ସ୍ମାରକୀରେ ପରିବର୍ତ୍ତନ କରିବା ସହିତ ନିଜେ ବାସ କରିଆସୁଥିଲେ। ବଙ୍ଗଳାର ଦୁଇଟି କୋଠରିରେ ମାୟାବତୀ ରହୁଥିବାବେଳେ ଅବଶିଷ୍ଟ ଅଂଶ କାଂଶୀ ରାମଙ୍କ ସ୍ମାରକୀ ଜିନିଷ ରହିଥିଲା। ତେବେ ସ୍ମାରକୀର ରକ୍ଷଣାବେକ୍ଷଣା ଓ ସୁରକ୍ଷା ଦୃଷ୍ଟିରୁ ଏହି ବଙ୍ଗଳାକୁ ଖାଲି କରିବା ଲାଗି ମାୟାବତୀ ଅନିଚ୍ଛା ପ୍ରକାଶ କରିଆସୁଥିଲେ। ଶନିବାର କିନ୍ତୁ ବାଧ୍ୟ ହୋଇ ଏହି ବଙ୍ଗଳାକୁ ଖାଲି କରିଛନ୍ତି। ମାୟାବତୀ କହିଛନ୍ତି ଯେ କାଂଶୀ ରାମ ସ୍ମାରକୀର ଯେଉଁ ଅଂଶରେ ରହୁଥିଲି ତାକୁ ଖାଲି କରିଛି; ମାତ୍ର ଏହି ବଙ୍ଗଳା କାଂଶୀ ରାମ ସ୍ମାରକୀ ଭାବେ ରହିବ। ଏହାର ରକ୍ଷଣାବେକ୍ଷଣା ଓ ସୁରକ୍ଷା ଉତ୍ତରପ୍ରଦେଶ ସରକାରଙ୍କ ଦାୟିତ୍ୱ। ୨୦୧୧ରେ ମାୟାବତୀ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହି ବଙ୍ଗଳାକୁ କାଂଶୀ ରାମ ସ୍ମାରକୀ ଭାବେ ଘୋଷଣା ପୂର୍ବକ ସରକାରୀ ବିଜ୍ଞପ୍ତି ଜାରି କରିଥିଲେ।

Leave A Reply