ଉତ୍ତର ପ୍ରଦେଶରେ ଘୂର୍ଣ୍ଣିଝଡ଼: ୧୫ ମୃତ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ରାତିରେ ପୁନଃ ପ୍ରବଳ ଘୂର୍ଣ୍ଣିଝଡ଼ ହୋଇଛି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ବୃହତକାୟ ବୃକ୍ଷର ଡାଳ ଭାଙ୍ଗିପଡିବା ତଥା ବାସଗୃହ ଭୁଶୁଡି ପଡିବା କାରଣରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ମୋରଦାବାଦ୍‍ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏଠାରେ ୭ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ସମ୍ଭାଳଠାରେ ୩ ଜଣ, ମୁଜାଫରନଗର ଓ ମିରଟରେ ୨ ଜଣ ଲେଖାଏଁ ଏବଂ ଆମରୋହାଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହି ଅଞ୍ଚଳଗୁଡିକରେ ୨୪ ଗଣ୍ଟା ମଧ୍ୟରେ ରିଲିଫ୍‍ ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲା ମାଜିଷ୍ଟ୍ରେଟ୍‍ଙ୍କୁ ନିର୍ଦେଶ ଦିଆଯାଇଛି। ମେ’ ମାସରେ ପାଖାପାଖି ୧୫୦ ଲୋକ ଘୂର୍ଣ୍ଣିଝଡ଼ ଯୋଗୁ ପ୍ରାଣ ହରାଇଛନ୍ତି।

Leave A Reply