କଟକ: ୫-ଟି ସଚିବ ଭି.କେ ପାଣ୍ଡିଆନ ବୁଧବାର କଟକ ଗସ୍ତ କରି ମହାନଦୀରେ ଚାଲିଥିବା ଡ୍ରେଜିଂ ଏବଂ ଏହାଦ୍ବାରା ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଏସସିବିର ଦ୍ଵିତୀୟ କ୍ୟାମ୍ପସ ରୂପରେଖ, ସିସୋର ପଠା, ହାଡ଼ିଆ ପଠା ଆଦି ସ୍ଥାନ ପରିଦର୍ଶନ କରିଛନ୍ତି। ମହାନଦୀରୁ ଡ୍ରେଜିଂ ଯୋଗୁଁ ଏହି ପଠା ପୋତାଯାଇଛି। ସେଠାରେ ବିଭିନ୍ନ ପ୍ରକଳ୍ପ କାର୍ୟ୍ୟକାରୀ କରିବାକୁ ସରକାର ଯୋଜନା କରିଛନ୍ତି। ପୂର୍ବରୁ କଟକ ଜିଲାପାଳ ଏହାକୁ ବର୍ଫି ଯୋଜନା ଆଖ୍ୟା ଦେଇଛନ୍ତି। ଏହି ଗସ୍ତ ସମୟରେ ୫ଟି ସଚିବଙ୍କ ସହ ପୂର୍ତ୍ତ ସଚିବ କ୍ରିଷ୍ଣ କୁମାର, କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, କଟକ ଜିଲାପାଳ ଓ କଟକ ଡିସିପି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଖୁବଶୀଘ୍ର ସିସୋର ପଠା ସମେତ ହାଡ଼ିଆ ପଠାରେ ଏସସିବିର କିଛି ବିଭାଗକୁ ନେଇ ଦ୍ଵିତୀୟ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ସେହିପରି ଏକ ଅତ୍ୟାଧୁନିକ କନ୍ଭେନ୍ସନ୍ କେନ୍ଦ୍ର ନିର୍ମାଣ କରିବା ପାଇଁ ମଧ୍ୟ ସ୍ଥିର କରାଯାଇଛି।
କଟକ ଗସ୍ତରେ ୫-ଟି ସଚିବ: ଏସସିବି ଦ୍ବିତୀୟ କ୍ୟାମ୍ପସ୍ ନେଇ ଆଲୋଚନା
Popular Categories



