www.samajalive.in
Saturday, December 13, 2025
27.1 C
Bhubaneswar

ଅକ୍ସଫାମ ରିପୋର୍ଟ ‘ଟାଇମ ଟୁ କେୟାର’: ବଢ଼ୁଛି ଧନୀ-ଗରିବ ତାରତମ୍ୟ

ଭୁବନେଶ୍ବର: ଧନୀ ଓ ଗରିବଙ୍କ ଭିତରେ ତାରତମ୍ୟ ବଢ଼ୁଛି। ଭାରତର ୬୩ଜଣ ଅରବପତିଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୪ଲକ୍ଷ ୪୨ ହଜାର ୨୦୦ କୋଟି। ଏହା ୨୦୧୮-୧୯ ଆର୍ଥିକ ବର୍ଷର ଭାରତୀୟ ବଜେଟ୍‌ ପରିମାଣଠୁ ବି ଅଧିକ। ଅକ୍ସଫାମ୍‌ ଦ୍ବାରା ଉନ୍ମୋଚିତ ଟାଇମ ଟୁ କେୟାର ରିପୋର୍ଟରେ ଏହା ଦର୍ଶାଯାଇଛି। ବିଶ୍ବ ଅର୍ଥନୈତିକ ଫୋରମ୍‌ ‌ଅବ୍ୟବହିତ ପୂର୍ବରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶ୍ବର ୨୧୫୩ ଲୋକଙ୍କ ପାଖରେ ଯେତିକି ସମ୍ପତ୍ତି ଗଚ୍ଛିତ ରହିଛି ତାହା ଅନ୍ୟ ୬୦ ପ୍ରତିଶତ ଲୋକ ସଂଖ୍ୟା ଅର୍ଥାତ୍‌ ୪୬୦୦ କୋଟି ଲୋକଙ୍କ ସମ୍ପତ୍ତିର ମୂଲ୍ୟ ସହ ସମାନ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ସୁଇଜରଲାଣ୍ଡର ଡାଭୋସ୍‌ରେ ଅକ୍ସଫାମ୍‌ ମହାସଂଘର ବୈଠକ ତଥା ବିଶ୍ବ ଅର୍ଥନୀତିକ ଫୋରମ୍‌​‌େ​‌ର ରିପୋର୍ଟ ଉନ୍ମୋଚନ ଅବସରରେ ଓଡିଶାରେ ମଧ୍ୟ ଏହାର ଉନ୍ମୋଚନ ହୋଇଥିଲା। ରିପୋର୍ଟରେ ଦର୍ଶାଯାଇଛି ପ୍ରଚଳିତ ଅର୍ଥନୀତିକ ବ୍ୟବସ୍ଥାରେ ଗରିବ ମହିଳା ଓ ଝିଅମାନେ ଅଧିକ ଶୋଷଣର ସମ୍ମୁଖୀନ ହେଉଛନ୍ତି। ସମାଜରେ ଅସମାନତା ବୃଦ୍ଧି ପାଉଛି। ଧନୀ ଅଧିକ ଧନ ଠୁଳ କରୁଛନ୍ତି।

- Advertisement -

ଦେଶର ୭୦ ପ୍ରତିଶତ ବା ପ୍ରାୟ ୯୩କୋଟିରୁ ଅଧିକ ଲୋକ ଯେତିକି ସମ୍ପତ୍ତିର ମାଲିକାନା ଉପଭୋଗ କରୁଛନ୍ତି ତାହାର ୪ଗୁଣା ଅଧିକ ସମ୍ପତ୍ତି ୧ପ୍ରତିଶତ ବିତ୍ତଶାଳୀ ଅରବପତିଙ୍କ ପାଖରେ ଠୁଳ ହୋଇଛି। ହିସାବରୁ ଜଣାପଡ଼ିଛି ଯେ ଏକ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀର ସିଇଓ ୧ସେକେଣ୍ଡରେ ୧୦୬ଟଙ୍କା ଅର୍ଜନ କରନ୍ତି। ଆଉ ତାଙ୍କର ୧୦ମିନିଟ ଆୟର ପରିମାଣ ଘରୋଇ ସହାୟକ ଭାବେ କାମ କରୁଥିବା ଜଣେ ମହିଳାଙ୍କ ବର୍ଷକର ଆୟ ସହ ସମାନ।

ଦେଶର ମହିଳାଏବଂ ଝିଅମାନେ ସମୁଦାୟ ଦିନକୁ ୩୨୬କୋଟି ଘଣ୍ଟା ସମୟ ବିନା କୌଣସି ଦରମାରେ କାମକରନ୍ତି। ଯଦି ଏମାନଙ୍କ ଶ୍ରମ ମୂଲ୍ୟ ହିସାବ କରାଯାଏ ତେବେ ବର୍ଷକୁ ଭାରତୀୟ ଅର୍ଥନୀତି ପ୍ରତି ତାହାର ଦାନ ହେଉଛି ୯୧ହଜାର କୋଟି ଟଙ୍କା। ଏହା ଦେଶର ୨୦୧୯ ବର୍ଷର ଶିକ୍ଷା ବଜେଟ ସହ ସମାନ। ମହିଳାଙ୍କ ରୋଷେଇ, ସଫାସୁତୁରା, ପିଲାଙ୍କର ଯତ୍ନ ଭଳି କାର୍ଯ୍ୟ ଆୟ ପରିସରଭୁକ୍ତ ହେଉନାହିଁ। ଉପଯୁକ୍ତ ନୀତି ପ୍ରଣୟନ କରା ନଗଲେ ଧନୀ ଓ ଦରିଦ୍ରଙ୍କ ଭିତରେ ପ୍ରଭେଦ କମାଇବା ସମ୍ଭବପର ହେବ ନାହିଁ।

ଜଳବାୟୁ ପରିବର୍ତ୍ତନର ଅର୍ଥନୀତି ଉପରେ ପ୍ରଭାବ ସମ୍ପର୍କରେ କୁହାଯାଇଛି ଯେ ୨୦୨୫ ବେଳକୁ ବିଶ୍ବର ୨୪ କୋଟି ଲୋକ ପାଣି ସଙ୍କଟରେ ପଡ଼ିବେ। ଏ କ୍ଷେତ୍ରରେ ମହିଳାମାନଙ୍କୁ ପାଣି ଯୋଗାଡ଼ କରିବା ଲାଗି ଅଧିକ ଦୂର ଯିବାକୁ ପଡ଼ିବ। ଏସିଆ ଓ ଭାରତ ମହାସାଗରୀୟ ଦେଶଗୁଡ଼ିକରେ ୮୦ ପ୍ରତିଶତ ଅଧିବାସୀ ଏହି ସମସ୍ୟାରେ ପ୍ରଭାବିତ ହୋଇପାରନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ, ବିଭିନ୍ନ ଦେଶର ସରକାର ବିତ୍ତଶାଳୀ ଅରବପତି ଓ କର୍ପୋରେଟ୍‌ ସଂସ୍ଥା ଧନ ଉପରେ ଅଧିକ ଟିକସ ଲଗାଇବାରେ ବିଫଳ ହେଉଛନ୍ତି।

କାର୍ଯ୍ୟକ୍ରମରେ ​‌ପୂର୍ବତନ ଶାସନ ସଚିବ ଯୁଗଳ କିଶୋର ମହାପାତ୍ର କହିଥିଲେ ଯେ କାର୍ଯ୍ୟ କ୍ଷେତ୍ରରେ ନିରାପତ୍ତା ଓ ସୁରକ୍ଷିତ ଗମନାଗମନ ସୁବିଧା ଦ୍ବାରା ମହିଳାଙ୍କ ଉପସ୍ଥାନ ବୃଦ୍ଧି କରାଯାଇପାରିବ। ଗରିବ ଓ ମଧ୍ୟବିତ୍ତ ପରିବାର ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ‘ମମତା’ ଯୋଜନା ଦ୍ବାରା ସୁଦୃଢ ହେବ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓଡିଶାରେ ଆଞ୍ଚଳିକ ବୈଷମ୍ୟତା ପ୍ରସଙ୍ଗ ଉଠାଇବା ସହିତ ଏଥିନେଇ ଏକ ଗବେଷଣା ଭିତ୍ତିକ ଚର୍ଚ୍ଚାର ଆବଶ୍ୟକତା ରହିଛି ବୋଲି କହିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର ବରିଷ୍ଠ ପ୍ରଫେସର ମିତାଲୀ ଚିନ୍ନାରା ଓ ପ୍ରଫେସର ସ୍ବର୍ଣ୍ଣମୟୀ ତ୍ରିପାଠୀ ସେବା କ୍ଷେତ୍ରରେ ନିଯୋଜିତ ମହିଳାଙ୍କୁ ଉଚିତ ପାରିଶ୍ରମିକ, କର୍ମକ୍ଷେତ୍ରରେ ଅଧିକ ନିୟୋଜନ ସୁଯୋଗ ଦ୍ବାରା ଅର୍ଥନୈତିକ ବୈଷମ୍ୟ ଦୂର ହୋଇ ପାରିବ ବୋଲି ମତ ପୋଷଣ କରିଥିଲେ। ଅକ୍ସଫାମର ଆଞ୍ଚଳିକ ମ୍ୟାନେଜର ଅକ୍ଷୟକୁମାର ବିଶ୍ବାଳ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories