www.samajalive.in
Wednesday, December 10, 2025
16.1 C
Bhubaneswar

ସାମ୍ବାଦିକତା ସଙ୍କଟ ଦେଇ ଗତି କରୁଛି: ରାଷ୍ଟ୍ରପତି

ନୂଆଦିଲ୍ଲୀ: ସାମ୍ବାଦିକତା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଆଉ ଏପରି ସଙ୍କଟ ସମୟରେ ମିଥ୍ୟା ଖବର ଆତଙ୍କ ଭାବେ ଉଭା ହୋଇଛି ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୋମବାର କହିଛନ୍ତି। ରାମନାଥ ଗୋଏଁକା ଉତ୍କୃଷ୍ଟ ସାମ୍ବାଦିକତା ପୁରସ୍କାର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ମିଥ୍ୟା ଖବର ଯୋଗାଣକାରୀମାନେ ନିଜକୁ ସାମ୍ବାଦିକ ବୋଲି ଦାବି କରିବା ସହିତ ସାମ୍ବାଦିକତା ଭଳି ମହାନ ବୃତ୍ତିକୁ କଳଙ୍କିତ କରୁଛନ୍ତି। ସେ କହିଛନ୍ତି ସାମାଜିକ ଓ ଅର୍ଥନୈତିକ ଅସମାନତା ସମ୍ପର୍କିତ ଖବରକୁ ତୁଚ୍ଛ ମନେ କରାଯାଉଥିବା ବେଳେ ଜନତାଙ୍କ ଦୃଷ୍ଟିଗୋଚର ହେବା ଓ ରେଟିଙ୍ଗସ୍ ଉଦ୍ଦେଶ୍ୟରେ ଏପରି ଅପ୍ରାସଙ୍ଗିକ ଖବରକୁ ଅଧିକ ଗୁରୁତ୍ବ ଦିଆଯାଉଛି। ବ୍ରେକିଙ୍ଗ ନ୍ୟୁଜ୍‌ ବା ତ୍ବରିତ ଖବର ପ୍ରକାଶ କରିବା ଉଦ୍ଦେଶ୍ୟରେ ସଂଯମତା ଓ ଦାୟିତ୍ବବୋଧ ଭଳି ମୌଳିକ ନୀତି ଓ ଆଦର୍ଶକୁ ଉପେକ୍ଷା କରାଯାଉଛି ବୋଲି ସେ କହିଛନ୍ତି। ପୁରୁଣା ସମୟର ସାମ୍ବାଦିକମାନେ ଖବର ପ୍ରକାଶ ପୂର୍ବରୁ (କଣ, କେବେ, କାହିଁକି, କେଉଁଠାରେ, କିଏ ଓ କିପରି) ମୌଳିକ ତଥ୍ୟ ଉପରେ ଗୁରୁତ୍ବ ଦେଉଥିଲେ। ଏହି ସବୁ ତଥ୍ୟ ଏକ ଖବର ପାଇଁ ଅତ୍ୟନ୍ତ ଜରୁରୀ। ଏହା ଖବରର ମାନ ବୃଦ୍ଧି କରିଥାଏ। ମାତ୍ର ବର୍ତ୍ତମାନ ସମୟର ମିଥ୍ୟା ଖବର ପ୍ରକାଶ ସମୟରେ ଏହିସବୁ ମୌଳିକ ତଥ୍ୟକୁ ଖବର ଯୋଗାଣକାରୀମାନେ ଆବଶ୍ୟକତା ମନେ କରୁନାହାନ୍ତି ଓ ନିଜକୁ ସାମ୍ବାଦିକ ବୋଲି ଦାବି କରୁଛନ୍ତି। ରାଷ୍ଟ୍ରପତି କହିଛନ୍ତି ରାମନାଥ ଗୋଏଁକା ବଞ୍ଚିଥିଲେ ଏପରି ପରିସ୍ଥିତି ସୃଷ୍ଟି ହେବାକୁ ଦେଇ ନଥାନ୍ତେ।
ସେ କହିଛନ୍ତି ସାମ୍ବାଦିକତା ବୃତ୍ତି ପାଇଁ ଅନେକ ରୂପ ଧାରଣ କରିବାକୁ ପଡିଥାଏ; ମାତ୍ର ବର୍ତ୍ତମାନର ସାମ୍ବାଦିକମାନେ ନିଜକୁ ତଦନ୍ତକାରୀ ଅଫିସର, ଓକିଲ ଓ ବିଚାରପତି ଭଳି କାର୍ଯ୍ୟ କରୁଛନ୍ତି। ଉତ୍ସବରେ ଉପସ୍ଥିତ ସାମ୍ବାଦିକଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି ଯେ ସତ୍ୟ ପ୍ରକାଶ କରିବା ନିଶ୍ଚିତ ରୂପେ କଷ୍ଟକର କାର୍ଯ୍ୟ; ମାତ୍ର ଏହାକୁ ପ୍ରୋତ୍ସାହନ ଦିଆଯିବା ଦରକାର। ଦେଶର ନାଗରିକମାନଙ୍କୁ ଯେତେବେଳେ ସଠିକ୍‌ ତଥ୍ୟ ମିଳେ ଗଣତନ୍ତ୍ର ସେତେବେଳେ ଶକ୍ତ ହୋଇଥାଏ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories