www.samajalive.in
Saturday, December 13, 2025
27.1 C
Bhubaneswar

ପୁଅ ବାହାଘରବେଳେ ବାପର ମୃତ୍ୟୁ, ଡିଜେ ଶବ୍ଦ ପ୍ରାଣ ନେଲା !

ବାଲୁଗାଁ: ବାହାଘରରେ ଦୁଇ ପରିବାର ମଧ୍ୟରେ ପବିତ୍ର ସମ୍ପର୍କ ଯୋଡ଼ିହେବା ପୂର୍ବରୁ ଘଟିଲା ଅଘଟଣ। ଗତ ରବିବାର ବାହାଘର ନିମନ୍ତେ ସମସ୍ତ ପ୍ରସ୍ତୁତି ସରିଥିଲା। ନିଜ ଗ୍ରାମରେ ବରଯାତ୍ରୀ ସହ ବର ପାଟପଟୁଆର ସହ ପରିକ୍ରମା କରିଥିଲା। ଏପରି ଖୁସି ଦିନରେ ବାପର ମୃତ୍ୟୁରେ ମ୍ରିୟମାଣ ହୋଇପଡ଼ିଛନ୍ତି ପରିବାର ଲୋକେ। ମୃତକ ହେଲେ ସ୍ଥାନୀୟ ସରଳାପଦର ଗ୍ରାମର ବିଜୟ ସାହୁ ଓରଫ ବୁଲୁ(୫୬)।

ପ୍ରକାଶ ଯେ, ଗତ ରବିବାର ପୁଅର ବାହାଘର ପାଇଁ ସମସ୍ତ ପ୍ରସ୍ତୁତି ସନ୍ଧ୍ୟାରେ ବାଣ,ବାଜା ଓ ରୋଶଣି ସହ ସମସ୍ତେ ବାହାରିଥିଲେ କନ୍ୟାଘର ପୁରୀ ଜିଲା କାକଟପୁର ଅଞ୍ଚଳକୁ। ଡ଼ିଜେ ସାଉଣ୍ଡର ତାଳେ ତାଳେ ସମସ୍ତ ବରଯାତ୍ରୀ ନାଚଗୀତରେ ମସଗୁଲ ଥିବା ସମୟରେ ବରର ପିତା ବିଜୟ ଡ଼ିଜେ ଶବ୍ଦ ସହ୍ୟ କରିନପାରି ହଠାତ ତଳେ ପଡ଼ିଯାଇଥିଲେ। ତୁରନ୍ତ ବରଯାତ୍ରୀରେ ଯାଉଥିବା କିଛି ଲୋକ ତାଙ୍କୁ ଉଠାଇ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ହୃଦ୍‍ଘାତ ହୋଇଥିବା ଜଣାପଡ଼ିବା ପରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟକୁ ତାଙ୍କୁ ନେଇଥିଲେ। ସେଠାରେ ଡ଼ାକ୍ତର ବିଜୟଙ୍କୁ ମୃତ ଘୋଷଣା କରିଥିଲେ। ଗୋଟିଏ ପକ୍ଷରେ ଖୁସି ଚାଲିଥିବା ବେଳେ ଅନ୍ୟ ପକ୍ଷରେ ବାପର ମୃତ୍ୟୁ ସମସ୍ତଙ୍କୁ ମର୍ମାହତ କରିଛି। ତେବେ ସୋମବାର ବିଜୟଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ସତ୍କାର କରାଯାଇଥିବା ଜଣାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories