www.samajalive.in
Saturday, December 13, 2025
23.1 C
Bhubaneswar

ଜନ୍ମଦିନରେ ଭକ୍ତକବିଙ୍କୁ ଶ୍ରଦ୍ଧାଞ୍ଜଳି

(ସମାଜ ପୋର୍ଟାଲ ଡେସ୍କ): ବିଶିଷ୍ଟ ଓଡ଼ିଆ କବି ତଥା ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ଭକ୍ତକବି ମଧୁସୂଦନ ରାଓଙ୍କର ଆଜି(ରବିବାର) ହେଉଛି ୧୬୭ତମ ଜୟନ୍ତୀ। ୧୮୫୩ ମସିହା ଜାନୁଆରୀ ୧୯ ତାରିଖରେ ପୁରୀର ପଥୁରିଆ ସାହିରେ ସେ ଜନ୍ମ ଗ୍ରହଣ କରିଥିଲେ। ଶିକ୍ଷା କ୍ଷେତ୍ରକୁ ଅତୁଳନୀୟ ଅବଦାନ ସହ ଓଡ଼ିଆ ଭାଷାର ପ୍ରଚାର ପ୍ରସାରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ମହାନ ସାରସ୍ବତ ସାଧକଙ୍କୁ ସାରା ଓଡ଼ିଶା ଆଜି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି। ‘ବର୍ଣ୍ଣବୋଧ’ ମାଧ୍ୟମରେ ସେ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିଲେ। ଆଜି ମଧ୍ୟ ଏହି ପୁସ୍ତକ ପ୍ରତ୍ୟେକ ଓଡ଼ିଆଙ୍କ ଆଦ୍ୟ ପୁସ୍ତକ ଭାବେ ଖ୍ୟାତି ଲାଭ କରିଛି।
ସେ ଏକାଧାରରେ ଥିଲେ ଜଣେ ଆଦର୍ଶ ଶିକ୍ଷକ, କବି ସାହିତ୍ୟିକ, ପଣ୍ଡିତ, ସୁସଂଗଠକ ଓ ସମାଜ ସଂସ୍କାରକ ଥିଲେ। ସାହିତ୍ୟର ପ୍ରଚାର ପ୍ରସାର ପାଇଁ, ସେ କଟକରେ ‘ଉତ୍କଳ ସାହିତ୍ୟ ସମାଜ‘ ପ୍ରତିଷ୍ଠା କରିଥିଲେ। ଓଡ଼ିଶା ସାହିତ୍ୟ ସମାଜ ତାଙ୍କୁ ଭକ୍ତ କବି ଏବଂ ସରକାର ରାୟବାହାଦୂର ଉପାଧିରେ ସମ୍ମାନିତ କରିଥିଲେ।

ରାଓଙ୍କ ରଚନା ଖୁବ୍‌ ସରଳ ଓ ସୁବୋଧ୍ୟ ଓଡ଼ିଆରେ ଲେଖା। ବସନ୍ତ ଗାଥା, ଉତ୍କଳ ଗାଥା, ଛାନ୍ଦମାଳା କୁସୁମାଞ୍ଜଳୀ, ପ୍ରବନ୍ଧମାଳା, କବିତାବଳୀ ଓ ସୁଖବୋଧ ଅଭିଧାନ ପ୍ରଭୃତିର ସେ ହେଉଛନ୍ତି ରଚୟିତା। ଏହା ସହିତ ଓଡ଼ିଆ ଭାଷାରେ ଅନେକ ପାଠ୍ୟ ପୁସ୍ତକ ସେ ରଚନା କରିଥିଲେ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories