www.samajalive.in
Wednesday, December 10, 2025
14.1 C
Bhubaneswar

ପେଟ ଯନ୍ତ୍ରଣା ପାଇଁ ମେଡିକାଲରେ ପହଞ୍ଚିଲେ ଛାତ୍ରୀ, ଦେଲେ ମୃତ ଶିଶୁକୁ ଜନ୍ମ

ଦନ୍ତେୱାଡା: ଛତିଶଗଡର ଦନ୍ତେୱାଡା ଅଞ୍ଚଳରେ ଜଣେ ଛାତ୍ରୀ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ସେ ମେଡିକାଲରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ସେ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ମେଡିକାଲରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ୧୭ ବର୍ଷୀୟ ଜଣେ ନାବାଳିକା ଛାତ୍ରୀ ବୁଧବାର ସକାଳେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ମୃତ ଶିଶୁକୁ ଜନ୍ମ ଦେଇଥିଲେ। ଛାତ୍ରୀଙ୍କ ପ୍ରସବ ବିଷୟରେ ଯେତେବେଳେ ତାଙ୍କ ପରିବାର ଲୋକଙ୍କୁ ଜଣାପଡିଥିଲା ସେତେ​‌ବେଳେ ତାଙ୍କର ହୋସ୍ ଉଡିଯାଇଥିଲେ।

- Advertisement -

ପୀଡିତା ଜଣଙ୍କ ଛାତ୍ରୀନିବାସରେ ରହୁଥିଲେ। ଛାତ୍ରୀନିବାସର ଅଧ୍ୟକ୍ଷାଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଛି। କିନ୍ତୁ ଅଧ୍ୟକ୍ଷା ହେମଲତା ନାଗ ଏହି ଘଟଣାକୁ ଚପାଇବାକୁ ଚେଷ୍ଟା କରୁଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମୃତ ଶିଶୁକୁ ଛାତ୍ରୀଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଚଳାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories