www.samajalive.in
Saturday, December 13, 2025
23.1 C
Bhubaneswar

ସୋରରେ ପୁଣି ମାତିଲେ ଲୁଟେରା, ଗୋଡାଇ ଗୋଡାଇ ହାଣି ଲୁଟିଲେ ଦେଢ ଲକ୍ଷ

ସୋର: ବାଲେଶ୍ବର ଜିଲା ସୋରରେ ପୁଣି ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଖଣ୍ଡାରେ ଗୋଡାଇ ଗୋଡାଇ ହାଣିବା ପରେ ଦେଢ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ସୋର ଥାନା ଅନ୍ତର୍ଗତ ଭୀମେଇ ଗ୍ରାମରୁ ଏକ ଘରୋଇ ଫାଇନ୍ସାସ ସଂସ୍ଥାର ପୁରୁଷ କର୍ମଚାରୀ ଜଗନ୍ନାଥ ସ୍ବାଇଁ ଓ ମହିଳା  କର୍ମଚାରୀ ରଶ୍ମିରେଖା ଦାସ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀରୁ କଲେକ୍ସନ କରି ଅଫିସ ଫେରିବା ରାସ୍ତାରେ ଏହି ଅଘଟଣ ଘଟିଛି। ୧୬ନଂ ଜାତୀୟ ରାଜପଥ ପାଇକାଳି ନିକଟରେ ବାଇକରେ ତିନି ଜଣ ଲୁଟେରା ପ୍ରଥମେ ଦୁଇ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ପରେ ସେମାନଙ୍କଠାରୁ ୧ଲକ୍ଷ ୬ ହଜାର ଟାଙ୍କ ଲୁଟ ନେଇଥିଲେ। ଏହା ସହ ସେମାନଙ୍କ ଠାରୁ ମୋବାଇଲ ଫୋନ୍ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଲୁଟେରାଙ୍କ ଆକ୍ରମଣରେ ଉଭୟ କର୍ମଚାରୀଙ୍କ ମୁଣ୍ଡ, ହାତରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି। ଉଭୟଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories