www.samajalive.in
Sunday, December 7, 2025
23.1 C
Bhubaneswar

ବିଜେପି ନେତାଙ୍କୁ କଡ଼ା ଜବାବ ଦେଲେ ୱାଶିଂଟନ ପୋଷ୍ଟ ବରିଷ୍ଠ ସମ୍ପାଦକ

ୱାଶିଂଟନ: ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ଖବରକାଗଜ ୱାଶିଂଟନ ପୋଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ନୀତିଗୁଡ଼ିକ ବିରୋଧରେ ଅନେକ ସମୟରେ ଖବର ପ୍ରକାଶ କରିଥାଏ। ଏହି କାରଣ ପାଇଁ ବେଜୋସ ଯେତେବେଳେ ଭାରତ ଆସିଲେ, ସେତେବେଳେ ତାଙ୍କୁ ବିଜେପି ପକ୍ଷରୁ ସମାଲୋଚନାର ଶିକାର ହେବାକୁ ପଡ଼ିଲା। ଏହି ପ୍ରସଙ୍ଗକୁ ନେଇ ବିଜେପି ନେତା ବିଜୟ ଚୌଥାଇୱାଲେ ଏବଂ ୱାଶିଂଟନ ପୋଷ୍ଟର ବରିଷ୍ଠ ସମ୍ପାଦକ ଏଲି ଲୋପେଜଙ୍କ ମଧ୍ୟରେ ଟ୍ବିଟରରେ ଯୁକ୍ତିତର୍କ ହେବା ପରେ ଚର୍ଚ୍ଚା ଜୋର ଧରିଛି। ବିଜୟ ଚୌଥାଇୱାଲେ ବେଜୋସ ଏବଂ ୱାଶିଂଟନ ପୋଷ୍ଟକୁ ନେଇ ଦେଇଥିବା ମନ୍ତବ୍ୟର କଡ଼ା ଜବାବ ଦେଇଛନ୍ତି ଲୋପେଜ।

ଚୌଥାଇୱାଲେ ଶୁକ୍ରବାର ଟ୍ବିଟ୍‌ କରି ଲେଖିଥିଲେ, ‘ମିଷ୍ଟର ଜେଫ୍‌ ବେଜୋସ ୱାଶିଂଟନର ନିଜ କର୍ମଚାରୀମାନଙ୍କୁ ବୁଝାନ୍ତୁ, ନଚେତ ଆପଣଙ୍କ ସମୟ ଏବଂ ଅର୍ଥ ବରବାଦ୍‌ କରିବା ଭଳି ହେବ। ଏହା ଉପରେ ୱାଶିଂଟନ ପୋଷ୍ଟର ବରିଷ୍ଠ ସମ୍ପାଦକ ଏଲି ଲୋପେଜ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ ଆପଣଙ୍କୁ ସଫା ସଫା ବୁଝାଇଦେବାକୁ ଚାହୁଁଛି ଯେ, ଜେଫ ବେଜୋସ ୱାଶିଂଟନ ପୋଷ୍ଟର ପତ୍ରକାରମାନଙ୍କୁ କ’ଣ ଲେଖିବା ଜରୁରୀ ଏବଂ କ’ଣ ଜରୁରୀ ନୁହେଁ ତାହା କୁହନ୍ତି ନାହିଁ। ଆମ ସାମ୍ବାଦିକ ଏବଂ ସ୍ତମ୍ଭକାରଙ୍କ କାର୍ଯ୍ୟ ଭାରତୀୟ ଗଣତନ୍ତ୍ରର ପରମ୍ପରା ଅନୁସାରେ ହୋଇଥାଏ, ଯାହା ଉପରେ ପ୍ରଶ୍ନ ଉଠାଯାଇ ପାରିବ ନାହିଁ।

- Advertisement -

ସୂଚନାଯୋଗ୍ୟ, ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ୩ ଦିନିଆ ଭାରତ ଗସ୍ତରେ ଆସିଥିଲେ। ସେ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରେଳମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିବେ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଗୋୟଲ ଆମାଜନ ଭାରତରେ କେବଳ ୭ ହଜାର କୋଟି ଟଙ୍କା ନିବେଶ କରୁଛି, ଯାହା କୌଣସି ଉପକାର ନୁହେଁ ବୋଲି କହି ବେଜୋସଙ୍କୁ ଭେଟିବାକୁ ମନା କରିଦେଇଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ବି ବେଜୋସଙ୍କୁ ଭେଟି ନ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଗରୁ କୌଣସି କାର୍ଯ୍ୟସୂଚୀ ଜାରି କରାଯାଇ ନ ଥିଲା।

କୁହାଯାଉଛି ଯେ, ମୋଦୀ ୨ଟି କାରଣ ଯୋଗୁ ବେଜୋସଙ୍କୁ ଭେଟିଲେ ନାହିଁ। ଗୋଟିଏ ହେଉଛି ଆମାଜନ ବିରୋଧରେ କମ୍ପିଟିଶନ କମିଶନ ଅଫ ଇଣ୍ଡିଆ(ସିସିଆଇ)ର ତଦନ୍ତ କରାଯିବା ଏବଂ ଅନ୍ୟଟି ହେଉଛି ବେଜୋସଙ୍କ ଖବରକାଗଜ ୱାଶିଂଟନ ପୋଷ୍ଟ ମୋଦୀ ସରକାରକୁ ସମାଲୋଚନା କରିବାର ଆଭିମୁଖ୍ୟ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories