ନୂଆଦିଲ୍ଲୀ: ଶୁକ୍ରବାର ପେଟ୍ରୋଲ୍ ଓ ଡିଜେଲ୍ ଦରରେ ସାମାନ୍ୟ ହ୍ରାସ ଘଟିଥିବା ବେଳେ ଏଲ୍ପିଜି ମହଙ୍ଗା ହୋଇଛି। ଅଣସବ୍ସିଡିଯୁକ୍ତ ଏଲ୍ପିଜି ସିଲିଣ୍ଡରରେ ୭୭ ଟଙ୍କା ଓ ସବ୍ସିଡିଯୁକ୍ତ ସିଲିଣ୍ଡରରେ ୨.୨୦ ଟଙ୍କା ବୃଦ୍ଧି ଘଟିଛି। ତୈଳ ବିତରଣ କମ୍ପାନୀମାନେ ଲଗାତାର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ୍ ଓ ଡିଜେଲ ଦରରେ ହ୍ରାସ ଘୋଷଣା କରିଛନ୍ତି। ଶୁକ୍ରବାର ଦିନ ପେଟ୍ରୋଲ୍ ଲିଟର ପିଛା ୭ ପଇସା ଓ ଡିଜେଲ୍ ଲିଟର ପିଛା ୫ ପଇସା ହ୍ରାସ ପାଇଛି। ଆଜିର ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ଦର ୭୩.୬୭ ଟଙ୍କା ହୋଇଛି। ଅନ୍ୟ ମେଟ୍ରୋ ସିଟିଗୁଡ଼ିକ ମଧ୍ୟରେ କୋଲକତାରେ ପେଟ୍ରୋଲ୍ ଲିଟର ପିଛା ଦର ୮୦.୯୨ ଟଙ୍କା, ମୁମ୍ବଇରେ ୮୬.୧୦ ଟଙ୍କା, ଚେନ୍ନଇରେ ୮୧.୨୮ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ୍ ମୂଲ୍ୟ ଦିଲ୍ଲୀରେ ୭୧.୭୫ ଟଙ୍କା, ମୁମ୍ବଇରେ ୭୩.୬୭ ଟଙ୍କା ଓ ଚେନ୍ନଇରେ ୭୩.୦୬ ଟଙ୍କା ରହିଛି।



