ଯୌନ ନିର୍ଯାତନାର ଶିକାର ବାଳକମାନଙ୍କୁ ମଧ୍ୟ ମିଳିବ କ୍ଷତିପୂରଣ 

0

ନୂଆଦିଲ୍ଲୀ : ଯୌନ ନିର୍ଯାତନାର ଶିକାର ହୋଇଥିବା ବାଳକମାନଙ୍କୁ ମଧ୍ୟ କ୍ଷତିପୂରଣ ପ୍ରଦାନ କରାଯିବ। ନିର୍ଯାତନାର ଶିକାର ହୋଇଥିବା ବାଳକମାନଙ୍କୁ କ୍ଷତିପୂରଣ ପାଣ୍ଠିରୁ ସହାୟତା ପ୍ରଦାନ କରିବା ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମେନକା ଗାନ୍ଧୀ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ  ସରକାରଙ୍କୁ ଅନୁରୋଧ କରିଛନ୍ତି। ବାଳକମାନଙ୍କୁ ଠିକ୍‍ ସମୟରେ କ୍ଷତିପୂରଣ ପ୍ରଦାନ କରାଯିବାକୁ ଅନୁରୋଧ କରି ସେ ଏକ ପତ୍ର ଲେଖିଛନ୍ତି।

ଶିଶୁ ଯୌନ ନିର୍ଯାତନାର ଶିକାର ହେଉଥିବା ବାଳକମାନଙ୍କୁ ସର୍ବଦା ଉପେକ୍ଷା କରାଯାଉଛି ଓ ସେମାନଙ୍କୁ କୌଣସି କ୍ଷତିପୂରଣ ଦିଆଯାଉନାହିଁ ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି। ପୋକ୍ସୋ ଆଇନ ଉଭୟ ବାଳକ ଓ ବାଳିକାମାନଙ୍କ ପ୍ରତି ଲାଗୁ ହେବ ଓ ଏହା କେବଳ ବାଳିକାମାନଙ୍କର ନୁହେଁ, ବାଳକମାନଙ୍କର ମଧ୍ୟ ସ୍ୱାର୍ଥରକ୍ଷା କରିବ ବୋଲି ମନ୍ତ୍ରୀ କହିଛନ୍ତି। ଏନସିପିସିଆର ତଥ୍ୟ ଅନୁସାରେ ଯଦିଓ ୩୧ଟି ରାଜ୍ୟ ସେମାନଙ୍କର କ୍ଷତିପୂରଣ ଯୋଜନା ବିଷୟରେ ବିଜ୍ଞପ୍ତି ଜାରି କରିଛନ୍ତି, କିନ୍ତୁ କ୍ଷତିପୂରଣ ପ୍ରଦାନ ତଥା ବଣ୍ଟନ ସନ୍ତୋଷ ଜନକ ନୁହେଁ ବୋଲି ଶ୍ରୀମତୀ ଗାନ୍ଧୀ କହିଛନ୍ତି।

Leave A Reply