www.samajalive.in
Monday, December 15, 2025
16.1 C
Bhubaneswar

ମା’ଙ୍କ ଶେଷକୃତ୍ୟରେ ଯୋଗଦେବାକୁ ଜେଲରୁ ବାହାରିଲେ ପୁଞ୍ଜିଲାଲ

ବଲାଙ୍ଗୀର : ବଲାଙ୍ଗୀର ଜିଲା ପାଟଣାଗଡ଼ର ବହୁ ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର ରବିବାର ଜେଲରୁ ବାହାରିଛନ୍ତି। ମା’ଙ୍କ ଶେଷକୃତ୍ୟରେ ଯୋଗଦେବା ଲାଗି ପୁଲିସ ନିଜ ହେପାଜତରେ ପୁଞ୍ଜିଲାଲଙ୍କୁ ତାଙ୍କ ଘରକୁ ନେବ। ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ତାଙ୍କ ମାଆଙ୍କୁ ସେ ମୁଖାଗ୍ନି ଦେବେ। ଏଥିପାଇଁ ଦିନକ ଲାଗି ସେ ଜେଲ ବାହାରେ ରହିବେ।

ଶୁକ୍ରବାର ଅପରାହ୍ନରେ ପୁଞ୍ଜିଲାଲ ମେହେରର ମା’ ଇନ୍ଦୁମତୀ ମେହେରଙ୍କ ଦେହାନ୍ତ ହେବା ପରେ ତାଙ୍କ ଅନ୍ତେଷ୍ଟି କ୍ରିୟାରେ ଯୋଗଦେବା ପାଇଁ ପୁଞ୍ଜିଲାଲର ଓକିଲ ଏଡିଜେ କୋର୍ଟରେ ଆବେଦନ କରିଥିଲେ। ପାଟଣାଗଡ ଏଡିଜେ ଏହାର ଶୁଣାଣି କରି ଶନିବାର ଅପରାହ୍ନରେ ପୁଞ୍ଜିଲାଲକୁ ଗୋଟିଏ ଦିନ ପାଇଁ ବାହାରକୁ ଯିବାକୁ ଅନୁମତି ଦେଇଥିଲେ।

- Advertisement -

ସୂଚନାଯୋଗ୍ୟ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ଏଥିରେ ନବବାହିତ ସୌମ୍ୟଶେଖର ଏବଂ ତାଙ୍କର ଜଣେ ସମ୍ପର୍କୀୟ ଜେଜେମାଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ସୌମ୍ୟଶେଖରଙ୍କ ସ୍ତ୍ରୀ ରିମା ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣାର ମାଷ୍ଟରମାଇଣ୍ଡ ଥିଲେ ଅଧ୍ୟାପକ ପୁଞ୍ଜିଲାଲ ମେହେର। ସୌମ୍ୟଶେଖର ମା’ଙ୍କ ସହ ତାଙ୍କର ପୂର୍ବ ଶତ୍ରୁତା ଥିବା କାରଣରୁ ପୁଞ୍ଜିଲାଲ ଏଭଳି କାଣ୍ଡ ଘଟାଇଥିଲେ। କିଛି ଦିନ ପୂର୍ବରୁ ପୁଞ୍ଜିଲାଲ ଜେଲରୁ ଫେରାର ହେବା ପାଇଁ ଉଦ୍ୟମ କରିଥିଲା।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories