www.samajalive.in
Monday, December 15, 2025
15.1 C
Bhubaneswar

୫ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ‘ପୂର୍ବୋଦୟ’: ଧର୍ମେନ୍ଦ୍ର ପ୍ରଧାନ

କୋଲକାତା: କୋଲକାତା ଠାରେ ସମନ୍ୱିତ ଇସ୍ପାତ ହବ ଜରିଆରେ ପୂର୍ବ ଭାରତର ରାଜ୍ୟ ଗୁଡିକର ବିକାଶ ପାଇଁ ‘ପୂର୍ବୋଦୟ’ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଲକାତା ଠାରେ ସେ ଏହାର ଶୁଭାରମ୍ଭ କରିଛନ୍ତି। ଏହା ୫ ଟ୍ରିଲିୟନ ଅର୍ଥନୀତି ଆଡକୁ ଭାରତକୁ ଅଗ୍ରସର କରାଇବ ବୋଲି ସେ କହିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ ହେଉ ବା ସାମାଜିକ ସଂସ୍କାର ଆନ୍ଦୋଳନ, ପୂର୍ବ ଭାରତ ସମଗ୍ର ଦେଶକୁ ନେତୃତ୍ୱ ଦେଇଛି। ପୂର୍ବ ଭାରତରେ ଅସୀମ ସମ୍ଭାବନା ରହିଛି। ଏଠାରେ ବିପୁଳ ମାତ୍ରାରେ ପ୍ରାକୃତିକ ସମ୍ବଳ ଥିଲେ ସୁଦ୍ଧା ଦେଶର ଅନ୍ୟ ଭାଗ ତୁଳନାରେ ଏହି ଅଞ୍ଚଳ ସାମାଜିକ- ଆର୍ଥିକ ବିକାଶ କ୍ଷେତ୍ରରେ ପଛରେ ପଡିଛି।

- Advertisement -

ତେଣୁ ସମନ୍ୱିତ ଇସ୍ପାତ ହବ ଜରିଆରେ ଇସ୍ପାତ କ୍ଷେତ୍ରରେ ଦ୍ରୁତ ବିକାଶ ଜରିଆରେ ‘ପୂର୍ବୋଦୟ’ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେୃତୃତ୍ୱାଧୀନ କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶ ପାଇଁ ସଂପୂର୍ଣ ଧ୍ୟାନ ଦେଉଛନ୍ତି। ଦେଶରେ ଥିବା ଆକାଂକ୍ଷୀ ଜିଲ୍ଲାମାନଙ୍କ ମଧ୍ୟରୁ ଅଧା ଜିଲ୍ଲା ଏହି ଅଞ୍ଚଳର। ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀ ଜ୍ଞାନ ଓ ଟେକ୍ନୋଲୋଜିର ଶତାବ୍ଦୀ ହେବାକୁ ଯାଉଛି। ନୂଆ ଟେକ୍ନୋଲୋଜି ଅର୍ଥନୀତି ଓ ସମାଜର ଆକାରକୁ ବଦଳାଉଛି। ପ୍ରସ୍ତାବିତ ସମନ୍ୱିତ ଷ୍ଟିଲ ହବ ଓଡିଶା, ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଉତ୍ତର ଆନ୍ଧ୍ରପ୍ରଦେଶର ସାମାଜିକ- ଆର୍ଥିକ ବିକାଶକୁ ତ୍ୱରାନ୍ୱିତ କରିବ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories