www.samajalive.in
Saturday, December 13, 2025
21.1 C
Bhubaneswar

ସିଏଏ, ଏନଆରସିକୁ ନେଇ ପ୍ରଶ୍ନ ଉଠାଇଲେ ମମତା, ମୋଦୀ କହିଲେ ଦିଲ୍ଲୀ ଆସନ୍ତୁ ଆଲୋଚନା କରିବା

କଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାରଠାରୁ ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଛନ୍ତି। ସନ୍ଧ୍ୟାରେ ସେ କଲକାତାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହି ସମୟରେ ମମତା ପ୍ରଧାନମନ୍ତ୍ରୀଙ୍କ ସହିତ ନାଗରିକତା ସଂଶୋଧନ ଆଇନ(ସିଏଏ) ଓ ଜାତୀୟ ନାଗରିକତା ପଞ୍ଜୀକରଣ(ଏନଆରସି) ପ୍ରସଙ୍ଗରେ ଆଲୋଚନା କରିଥିଲେ ଏବଂ ଆମେ ଏହାକୁ ବିରୋଧ କରୁଛୁ ବୋଲି କହିଥିଲେ। ପଶ୍ଚିମବଙ୍ଗ ସିଏଏ ଏବଂ ଏନଆରସିକୁ ସ୍ବୀକାର କରୁ ନ ଥିବା ମମତା କହିଥିଲେ। କୌଣସି ବ୍ୟକ୍ତିଙ୍କୁ ଦେଶରୁ ବାହାର କରାଯିବ ନାହିଁ, ଏହା ନିଶ୍ଚିତ ହେବା ଦରକାର। ସରକାରଙ୍କୁ ସିଏଏ ଏବଂ ଏନଆରସି ଉପରେ ବିଚାର କରିବା ଆବଶ୍ୟକ।

ତେବେ ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ମମତାଙ୍କୁ ଉତ୍ତର ଦେଇ କହିଥିଲେ ଯେ, ସେ ଏଠାକୁ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଛନ୍ତି। ଆପଣ ଦିଲ୍ଲୀ ଆସନ୍ତୁ, ଏହି ପ୍ରସଙ୍ଗରେ ଆଲୋଚନା କରିବା।

- Advertisement -

ମୋଦୀଙ୍କ ସହିତ ସାକ୍ଷାତ ପରେ ମମତା କହିଥିଲ, ଦେଶର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସ୍ବାଗତ କରିବା ମୋର ସାମ୍ବିଧାନିକ କର୍ତ୍ତବ୍ୟ। ଏହା ଏକ ଔପଚାରିକ ସାକ୍ଷାତ ଥିଲା। ପଶ୍ଚିମବଙ୍ଗ ମନ୍ତ୍ରୀ ଫିରହାଦ ହାକିମ ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ। ମୁଁ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୨ଟି ଦାବି ଉପସ୍ଥାପନ କରିଥିଲି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

Related Articles

Popular Categories