www.samajalive.in
Monday, December 15, 2025
16.1 C
Bhubaneswar

ପାକିସ୍ତାନକୁ ଇଞ୍ଚେ ବି ଜମି ନ ଦେବାକୁ କାଶ୍ମୀରବାସୀଙ୍କ ମତ

ଶ୍ରୀନଗର : କାଶ୍ମୀରବାସୀ ପାକିସ୍ତାନକୁ ନିଜ ଅଞ୍ଚଳର ଗୋଟିଏ ଇଞ୍ଚ ବି ଜମି ଦେବେ ନାହିଁ। ଗୁରୁବାର କାଶ୍ମୀର ଗସ୍ତରେ ଆସିଥିବା ୧୫ଜଣିଆ ବିଦେଶୀ ପ୍ରତିନିଧି ମଣ୍ଡଳୀକୁ ସ୍ଥାନୀୟ ଲୋକେ ଏହା କହିଛନ୍ତି। ଲୋକଙ୍କୁ ଭେଟିବାବେଳେ ସେମାନେ ପାକିସ୍ତାନର ମିଛ ପ୍ରଚାରକୁ ପ୍ରତ୍ୟାଖ୍ୟାନ କରିଥିବା ପ୍ରତିନିଧିମଣ୍ଡଳୀକୁ କହିଛନ୍ତି। ପାକିସ୍ତାନ ସର୍ବଦା ମିଛ ସୂଚନା ଦେଇ କାଶ୍ମୀରବାସୀଙ୍କୁ ବିଭ୍ରାନ୍ତ କରୁଛି; ତେଣୁ କାଶ୍ମୀର ଉପତ୍ୟକାରେ ରକ୍ତପାତ ସୃଷ୍ଟି କରୁଥିବା ପାକିସ୍ତାନକୁ ଉପତ୍ୟକାର ଲୋକେ ଆଉ ବିଶ୍ବାସକୁ ନେଉ ନାହାନ୍ତି। କାଶ୍ମୀର ମାମଲାରେ ପାକିସ୍ତାନକୁ ମୁଣ୍ଡ ନ ପୂରାଇବା ପାଇଁ ପରାମର୍ଶ ଦେବାକୁ ସ୍ଥାନୀୟ ଲୋକେ ପ୍ରତିନିଧିଙ୍କୁ ନିବେଦନ କରିଛନ୍ତି।

ଆମେରିକା ସମେତ ଦକ୍ଷିଣ କୋରିଆ, ଭିଏତ୍‌ନାମ, ବାଂଲାଦେଶ, ମାଳଦ୍ବୀପ, ମରୋକ୍କୋ, ଫୁଜି, ନରୱେ, ଫିଲିପାଇନ୍ସ, ଆର୍ଜେଣ୍ଟିନା, ପେରୁ, ନାଇଜେରିଆ, ନିଗର, ନିଗେରିଆ, ଟୋଗୋ ଓ ଗୁଏନାର କୂଟନୀତିଜ୍ଞମାନେ ଏହି ପ୍ରତିନିଧି ମଣ୍ଡଳ​‌େ​‌ର ସାମିଲ ହୋଇଛନ୍ତି। ଦୁଇ ଦିନିଆ ଗସ୍ତର ପ୍ରଥମ ଚରଣରେ ସେମାନେ ଗୁରୁବାର ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନେ ଶ୍ରୀନଗରରେ ପହଞ୍ଚିବା ପରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ, ଲୋକପ୍ରତିନିଧି, ସୁରକ୍ଷା ଅଧିକାରୀ ପ୍ରମୁଖଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି।

- Advertisement -

ଏ​ହି ପରିପ୍ରେକ୍ଷୀରେ ଭାରତ ସରକାର କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରବର୍ତ୍ତୀ ପରିସ୍ଥିତିର ସମୁଚିତ ଓ ସଫଳ ମୁକାବିଲା କରିଥିବା ନେଇ ସ୍ଥାନୀୟ ଲୋକଙ୍କ ଉକ୍ତିକୁ ଉଦ୍ଧାର ପୂର୍ବକ ପ୍ରତିନିଧି ମଣ୍ଡଳୀ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଅଗଷ୍ଟ ୫ ପରବର୍ତ୍ତୀ ସମୟରେ ଲୋକେ ଭୋଗିଥିବା ସମସ୍ୟା ସମ୍ପର୍କରେ ପ୍ରତିନିଧିଙ୍କୁ ସ୍ଥାନୀୟ ଜନପ୍ରତିନିଧି ଜଣାଇବା ପରେ ଏହାର ସମାଧାନ ପ୍ରତି ସେମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଦେଶୀ ପ୍ରତିନିଧିମାନେ ଗୁରୁବାର ଉପ-ରାଜ୍ୟପାଳ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସାକ୍ଷାତ ପୂର୍ବକ ସ୍ଥିତି ସମୀକ୍ଷା କରିଛନ୍ତି। କାଶ୍ମୀରର ସ୍ଥିତି ସ୍ବାଭାବିକ ଥିବା ଓ ଗୋଟିଏ ମାତ୍ର ଗୁଳି ଫୁଟି ନ ଥିବା ଲୋକେ ସେମାନଙ୍କୁ ଜଣାଇଥିବା ସମୀକ୍ଷା ବୈଠକରେ ପ୍ରତିନିଧିମାନେ ଦର୍ଶାଇଛନ୍ତି। ଲୋକଙ୍କ ସହିତ ପ୍ରତ୍ୟକ୍ଷ ଭାବେ ମିଶିବା ପରେ ବାସ୍ତବତା ଅନୁଭବ କରିହେଉଛି ବୋଲି ସେମାନେ କହିଛନ୍ତି।

ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମ ଥର ପାଇଁ କୌଣସି ବିଦେଶୀ କୂଟନୀତିଜ୍ଞ ଦଳ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ କାଶ୍ମୀର ଗସ୍ତରେ ଆସିଛନ୍ତି। ସେମାନଙ୍କ ସହିତ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀମାନେ ସାମିଲ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବରରେ ୟୁରୋପୀୟ ସଙ୍ଘ ସଂସଦୀୟ ଦଳର ସଦସ୍ୟମାନେ କାଶ୍ମୀର ଗସ୍ତ ପୂର୍ବକ ସ୍ଥିତି ଅନୁଧ୍ୟାନ କରିଥିଲେ ଓ ସକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories