www.samajalive.in
Sunday, December 14, 2025
23.1 C
Bhubaneswar

ନିର୍ବାଚନରେ ପ୍ଲାଷ୍ଟିକ ବ୍ୟାନର, ହୋର୍ଡିଂ ବ୍ୟବହାର : କେନ୍ଦ୍ର ସରକାର, ଇସିଆଇକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ : ନିର୍ବାଚନ ସମୟରେ ରାଜନୈତିକ ଦଳଗୁଡିକ ପ୍ରଚାର ଲାଗି ବ୍ୟବହାର କରୁଥିବା ପ୍ଲାଷ୍ଟିକ ବ୍ୟାନର, ପୋଷ୍ଟର ଓ ହୋର୍ଡିଂକୁ ବିରୋଧ କରାଯାଇଛି। ଏପରି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ଆବଶ୍ୟକ ନିର୍ଦେଶ ଦେବା ଲାଗି ଡବ୍ଲ୍ୟୁ ଏଡୱିନ ୱିଲସନଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି। ପିଟିସନର ଶୁଣାଣି କରି ବିଚାରପତି ଏଲ ନାଗେଶ୍ବର ରାଓଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ପୀଠ କେନ୍ଦ୍ର ସରକାର ଓ ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କୁ ଗୁରୁବାର ନୋଟିସ ଜାରି କରିଛନ୍ତି। ନୋଟିସରେ ପିଟିସନ ଆଧାରରେ ୪ସପ୍ତାହ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ପୂର୍ବରୁ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଏ ସମ୍ପର୍କରେ ​‌େ​‌ଦଇଥିବା ନିର୍ଦେଶକୁ ମଧ୍ୟ ୱିଲସନ ଚାଲେଞ୍ଜ କରିଛନ୍ତି। ଏନଜିଟି ଇସିଆଇ ଓ ସମସ୍ତ ରାଜ୍ୟ ଏବଂ ​‌େ​‌କନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ନିୟନ୍ତ୍ରଣ କରିବାକୁ ନିର୍ଦେଶ ଦେଇଥିଲେ। ଏନଜିଟିଙ୍କ ଏହି ନିର୍ଦେଶ ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାରକୁ ନିଷିଦ୍ଧ କରିବା ଲାଗି ଯଥାର୍ଥ ନୁହେଁ। ତେଣୁ ସୁପ୍ରିମକୋର୍ଟ ନିର୍ବାଚନ ପ୍ରଚାରରେ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ ଲାଗି ଆବଶ୍ୟକ ନିର୍ଦେଶ ଦେବାକୁ ୱିଲସନ ନିବେଦନ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories