ମେହବୁବାଙ୍କୁ ଗାଳି: ବିଜେପି ନେତାଙ୍କ ବିରୋଧରେ ଗିରଫ ପରୱାନା

0

ଜାମ୍ମୁ : ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବିଜେପି ନେତା ରାଜିନ୍ଦର ସିଂହଙ୍କ ବିରୋଧରେ ଅଦାଲତ ଗିରଫ ପରୱାନା ଜାରି କରିଛନ୍ତି। କଠୁଆ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‍ ବୁଧବାର ଏହି ଗିରଫ ପରୱାନା ଜାରି କରିଛନ୍ତି। ନିକଟରେ କଠୁଆରେ ହୋଇଥିବା ଏକ ଶୋଭାଯାତ୍ରାରେ ରାଜିନ୍ଦର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଗାଳିଗୁଲଜ କରିଥିଲେ। ଏହି ଘଟଣା ପରେ ରାଜିନ୍ଦରଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ କରିଥିବାବେଳେ ସେ ଧରାଛୁଅାଁ ଦେଇ ନଥିଲେ। ପୁଲିସ ଏହାକୁ ନେଇ ଅଦାଲତରେ ଆବେଦନ କରିବାରୁ ତାଙ୍କ ବିରୋଧରେ ଗିରଫ ପରୱନା ଜାରି କରାଯାଇଛି। ମେହବୁବାଙ୍କୁ ଗାଳି ଦେବା ନେଇ ରାଜିନ୍ଦରଙ୍କ ବିରୋଧରେ ଆରପିସି ଧାରା ୫୦୯ ଓ ଆଇଟି ଆଇନର ଧାରା ୬୬ଏ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

Leave A Reply